ବ୍ରହ୍ମପୁର,୨୮/୧୧/୨୦୨୨:
ଜଳଯୋଗାଣ ବିଭାଗ ତଥା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଓଡ଼ିଶାର ୪ କୋଟିରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ଦିବା ରାତ୍ର ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଦୀର୍ଘ ୧୯୯୩
ମସିହା ଠାରୁ ଅସ୍ଥାୟୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ପ୍ରକାଶଥାଉକି, ଓଡିଶା ସରକାର ଗତ କିଛି ଦିନ
ତଳେ ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିଭିକ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବାରୁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସହସ୍ରାଧିକ କର୍ମଚାରୀ ୧୯୯୩ ମସିହାଠାରୁ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପ୍ରତି ଅଣଦେଖା କରାଯାଇଥିବାରୁ ରାଜ୍ୟ ସଂଘର ନିଷ୍ପତି କ୍ରମେ ଆଜି ବ୍ରହ୍ମପୁର ଠାରେ ଏକ ଶୋଭାଯାତ୍ରା କରାଯାଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ମହାନ୍ତି,କାର୍ଯ୍ୟକାରୀ ସଭାପତି ଶ୍ରୀ କବିରାଜ ସାହୁ, ଉପସଭାପତି ଶ୍ରୀ ଟୁନା ଚନ୍ଦ୍ର ପଣ୍ଡା, ଯୁଗ୍ମସଂପାଦକ ନଗେନ କୁମାର ପାଢ଼ୀ, ବ୍ରହ୍ମପୁର ଡ଼ିଭିଜନ ସଂପାଦକ ଶ୍ରୀ ଅଶୋକ କୁମାର ଜେନା, ଶାଖା ସମ୍ପାଦକ ଅରକ୍ଷିତ ପ୍ରଧାନ, ଓ କୋଷାଧକ୍ଷ ଚନ୍ଦ୍ର ମାଧବ ମାଝିଙ୍କ ସମେତ ପ୍ରଦୀପ କୁମାର ସିଂ, ବି.ହରିକୃଷ୍ଣ ପାତ୍ର, ଶ୍ରୀ ଜଗନ୍ନାଥ ପାତ୍ର,ଶ୍ରୀ ଏସ୍.ସନ୍ତୋଷ କୁମାର ସ୍ବାମୀ,ସମେତ ଶତାଧିକ କର୍ମଚାରୀ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ।ଶେଷରେ କାର୍ଯ୍ୟାଳୟ ସଂପାଦକ ଶ୍ରୀ ବାଳକୃଷ୍ଣ ଚୌଧୁରୀ ଉପସ୍ଥିତ ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଡ଼ିସେମ୍ବର ୯ ତାରିଖ ଦିନ ଓଡିଶା ବିଧାନସଭା ଚାଲ୍ ଅଭିଯାନକୁ ସଫଳ କରିବାକୁ ସମସ୍ତ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଜଳଯୋଗାଣ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କ ଶୋଭାଯାତ୍ରା ସହ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ସ୍ମାରକ ପତ୍ର...