ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସହ ଗଞ୍ଜାମ ବିକାଶ ମଞ୍ଚର ଦ୍ଵିତୀୟ ବୈଠକ ଅନୁଷ୍ଠିତ

0
242

ଭୁବନେଶ୍ୱର , ୨୭/୧୧/୨୦୨୨: ଭୁବନେଶ୍ବରରେ ବାସ କରୁଥିବା ମୂଳ ଗଞ୍ଜାମ ବାସୀନ୍ଦାଙ୍କର ଏକତା ଓ ପରସ୍ପରକୁ ଏକସୁତ୍ରରେ ବାନ୍ଧିରଖିବା ପ୍ରୟାସ ଓ ଆଗାମୀ ଦିନରେ ଗଞ୍ଜାମ ମାଟିର ସାମାଜିକ ଓ ସାଂସ୍କୃତିକ ବିକାଶରେ ଭାଗିଦାରୀ ହେବା , ଗଞ୍ଜାମର କଳା , ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ସ୍ଵତନ୍ତ୍ର ଭାବଧାରାକୁ ସମୃଦ୍ଧ କରିବାରେ ପାରସ୍ପରିକ ସାହାଯ୍ୟ ଓ ସହାୟତାରେ ଗଞ୍ଜାମକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ନେଇ ଗଠିତ ହୋଇଥିବା ସାମାଜିକ ସଂଗଠନ ‘ ଗଞ୍ଜାମ ବିକାଶ ମଞ୍ଚ ‘ ର ଦ୍ଵିତୀୟ ବୈଠକ ଗତକାଲି ଭୁବନେଶ୍ୱର ମାଷ୍ଟର କେଣ୍ଟିନ ସ୍ଥିତ କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବିଶିଷ୍ଟ ବରିଷ୍ଠ ବ୍ୟକ୍ତିତ୍ୱ, ସମାଜସେବୀ, ବ୍ୟବସାୟୀ, ସରକାରୀ ଓ ବେସରକାରୀ କର୍ମଚାରୀ, ଶ୍ରମଜୀବୀ, ଏବଂ ବୁଦ୍ଧିଜୀବିଙ୍କ ସହ ୫୦ରୁ ଉର୍ଦ୍ଧ୍ବ ଗଞ୍ଜାମ ବାସିନ୍ଦା ଏଥିରେ ଉପସ୍ଥିତ ରହିଥିଲେ । ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଏମ. କେଶବ ରାଓଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଞ୍ଚର ଆବାହକ ଶ୍ରୀ ରାମକୃଷ୍ଣ ପାଢ଼ୀ ଓ ଶ୍ରୀ ବରୁଣ କୁମାର ପାଢୀଙ୍କ ଦ୍ଵାରା ମିଳିତ ଭାବେ ପରିଚାଳିତ ହୋଇଥିଲା । ବୈଠକରେ ବୁଦ୍ଧିଜୀବୀଙ୍କ ପରାମର୍ଶରେ ଗଞ୍ଜାମବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ , ରୋଜଗାର ସହ ଜିଲ୍ଲାର ଉନ୍ନତି ପାଇଁ ଅଭିନବ ପ୍ରୟାସ ଜାରି ରଖିବାକୁ ସର୍ବ ସମ୍ମତିରେ ନିଷ୍ପତି ନିଆଯାଇଥିଲା । ଉପସ୍ଥିତ ସଦସ୍ୟଙ୍କ ସହମତିରେ ଏକ କୋର୍ କମିଟି ଗଠନ କରାଯାଇ ପରବର୍ତ୍ତୀ କାର୍ଯ୍ୟଧାରା ନିର୍ଧାରଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମଞ୍ଚକୁ ସୁଦୃଢ ଓ ସୁଦୂର ପ୍ରସାର କରିବା ପାଇଁ ମଞ୍ଚରେ ଅଧିକରୁ ଅଧିକ ଗଞ୍ଜାମବାସୀଙ୍କୁ ଯୋଡିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ମତ ବ୍ୟକ୍ତ କରିଥିଲେ । ମଞ୍ଚର ଆବାହକ ତଥା ପ୍ରତିଷ୍ଠାତା ଦ୍ବୟଙ୍କ ଅନୁରୋଧ କ୍ରମେ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବା ପ୍ରସ୍ତାବକୁ ସମସ୍ତ ଉପସ୍ଥିତ ସଭ୍ୟ ସହମତି ପ୍ରକାଶ କରିଥିଲେ । ଉପସ୍ଥିତ ବୁଦ୍ଧିଜୀବିଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ସମୂହକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଶ୍ରୀ ବରୁଣ କୁମାର ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଚଳିତ ବୈଠକରେ ଅନେକ ଶୁଭେଛୁ ଓ ସକ୍ରିୟ ସଭ୍ୟ ନିଜନିଜର ସ୍ୱାସ୍ଥ୍ୟଗତ କାରଣରୁ ଉପସ୍ଥିତ ହୋଇପାରିନଥିଲେ । ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜନ୍ମିତ ବିଶିଷ୍ଟ ସମାଜସେବୀ ବୁଲନ୍ ବାବୁଙ୍କୁ। ସମ୍ମାନିତ କରିବା ସହ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ସଭା କାର୍ଯ୍ୟ ସମାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here