ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ତରଫରୁ ଅଙ୍ଗଦାନ ସଚେତନତା ସେମିନାର

0
142

ବ୍ରହ୍ମପୁର,୨୮/୧୧/୨୦୨୨: ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ପରିସରରେ ଏକ ଅଙ୍ଗଦାନ ପାଠଚକ୍ର ଆୟୋଜନ ହୋଇଯାଇଛି । କ୍ଳବର ସଭାପତି ସୁମିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି ମୁଖ୍ଯ ଅତିଥି ଓ ରୋଟାରିଆନ ବିକ୍ରମାଦିତ୍ଯ ନାୟକ, ଜିଲ୍ଲା ଅଙ୍ଗଦାନ ଚେୟାରମେନ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରି ଅଙ୍ଗଦାନ ର ଆବଶ୍ଯକତା ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଶରୀରଗଠନ ବିଜ୍ଞାନ ବିଭାଗ ମୁଖ୍ଯ ପ୍ରଫେସର ଡଃ. ଜେ.ସାଗର ପୃଷ୍ଟି ମୂଖ୍ଯ ବକ୍ତା ଭାବେ ଅଙ୍ଗଦାନ ସମ୍ପର୍କିତ ତଥ୍ଯ ଓ ସୁଯୋଗ ସମ୍ପର୍କରେ ନିଜ ବକ୍ତବ୍ଯ ରଖିଥିଲେ । ଅତିଥି ବକ୍ତା ଭାବେ ମହାତ୍ମାଗାନ୍ଧୀ ଏକାଡେମୀ ଅଫ କରେକ୍ସନାଲ ସର୍ଭିସେସ୍ ର ସହ-ନିର୍ଦ୍ଦେଶିକା ଶ୍ରୀମତି ସୁଦୀପ୍ତା ପାଣିଗ୍ରାହୀ, ଅଙ୍ଗଦାନ ସମ୍ପର୍କିତ ସଚେତନତା ତୃଣମୂଳ ସ୍ତରରୁ ଆରମ୍ଭ କରାଯିବା ଓ ସରକାରୀ ସ୍ତରରେ ଯଥୋପଯୁକ୍ତ ଭିତ୍ତିଭୂମିର ପ୍ରତିଷ୍ଠା କରାଯିବା ନେଇ ଯୁକ୍ତି ସ୍ଥାପନ କରିଥିଲେ।ଇନର ହ୍ବିଲ ଚେୟାରମ୍ୟାନ ଶ୍ରୀମତୀ ଟି. ଚିରଞ୍ଜିବୀ ଅଙ୍ଗଦାନ ପାଇଁ ରୋଟାରୀର ଭୂମିକା ଓ ପଦଷେପ ଉପରେ ଆଲୋକପାତ କରି ବ୍ରହ୍ମପୁର ଇଷ୍ଟ ର ଏଭଳି ଗଠନମୂଳକ ପଦଷେପ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ମଞ୍ଚାସୀନ ସଂପାଦକ ଜଗଜ୍ଜୀବନ ପାତ୍ର ଓ ସେମିନାର ଚେୟାରମ୍ଯାନ ପ୍ରଦୀପ ପଣ୍ଡା ପନ୍ଦର ଜଣ ସ୍ବେଚ୍ଛାକୃତ ଅଙ୍ଗଦାତାଙ୍କ ନାମ ପଞ୍ଜିକରଣ କରି ସେମାନଙ୍କୁ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଦ୍ବାରା ମାନ୍ୟତା ପ୍ରଦାନ କରିଥିଲେ। ଏହି ପାଠଚକ୍ରରେ ପ୍ରାୟ ଦୁଇଶହ ଜଣ ଅଂଶଗ୍ରହଣ କରିଥିଲେ।କ୍ଳବର ପୂର୍ବତନ ସଭାପତି ଓ ସଦସ୍ଯ , ବିଭିନ୍ନ ରୋଟାରୀକ୍ଲବର ସଭାପତି ଓ ସଦସ୍ଯ ତଥା ବ୍ରହ୍ମପୁର ଓ ଆଖପାଖ ଅନେକ ସଂଘ, ସଂଗଠନ ର ସଦସ୍ଯ ଓ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅତିଥି ଯୋଗଦାନ ଦେଇ ପାଠଚକ୍ର କୁ ସାଫଲ୍ଯମଣ୍ଡିତ କରିଥିବାରୁ ପ୍ରାକ୍ତନ ସଭାପତି ଡଃ.ସମ୍ବିତ ବେଗରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here