ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ପକ୍ଷ ପାଳିତ

0
145

ବ୍ରହ୍ମପୁର,୨୯/୧୧/୨୦୨୨:
ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ପକ୍ଷରୁ କବିସୂର୍ଯ୍ୟନଗର ବ୍ଲକ ସଭା ଗୃହ ରେ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ପକ୍ଷ ପାଳିତ ହୋଇଯାଇଛି l ଶିଶୁ ବିକାଶ ପ୍ରକଳ୍ପଅଧିକାରିଣୀ ବୀଣାପାଣି ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରି ହର ପାଢ଼ୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଅମିୟ ତ୍ରିପାଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଅଣ ଅନୁଷ୍ଠାନିକ ଅଧିକାରୀ ସୁଶାନ୍ତ କୁମାର ସାହୁ, ପ୍ରମୁଖ ଯୋଗ ଦେଇଥିଲେ l ନିଃସନ୍ତାନକୁ ସନ୍ତାନ ପ୍ରାପ୍ତି ପାଇଁ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପ୍ରଣାଳୀ,ପୋଷ୍ୟତା ଶିଶୁ ର ମାତା ପିତା ପାଇଁ ଆବଶ୍ୟକ କାଗଜ ପତ୍ର ପ୍ରସୂତି,ଅଲୋଡ଼ା ହୋଇ ରାସ୍ତା କଡ଼ ବୁଦା ମୂଳ ରେ ଫୋପାଡ଼ି ଦେଉଥିବା ଶିଶୁ କୁ ପୋଷ୍ୟ ସନ୍ତାନ କେନ୍ଦ୍ର ରେ ସୁରକ୍ଷା ଏବଂ ଯତ୍ନ ପ୍ରଦାନ, ପୋଷ୍ୟ ସନ୍ତାନ ର ମହତ୍ୱ ଏବଂ ଆଇନ ର ଦିଗ, ପୋଷ୍ୟ ଶିଶୁ ନେବା ପାଇଁ ଯୋଗ୍ୟତା ଉପରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ l ଗ୍ରାମ ସ୍ତରରେ କେତେକ ଜନ୍ମ କରିବା ମା ମାନେ ସାମାଜିକ ବାସନ୍ଦ, ଅନ୍ଧ ବିଶ୍ୱାସ, କୂଳ ରୀତିନୀତି କୁ ଭୟ କରି ଜନ୍ମିତ ସନ୍ତାନ ଗୁଡିକୁ ଏଣେ ତେଣେ ନଫୋପାଡ଼ି, ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରିବାକୁ ସଚେତନତା କରାଯାଇଥିଲା l ଚଳିତ ବର୍ଷ ଭାରତ ମଧ୍ୟରେ ୨୯୯୧ଜଣ ଶିଶୁ କୁ ପୋଷ୍ୟ ସନ୍ତାନ ରୂପେ ଆଇନଅନୁସାରେ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି l ଏଥି ସହିତ ୪୧୪ ଜଣ ଶିଶୁ କୁ ମଧ୍ୟ ବିଦେଶୀ ଦମ୍ପତି ପୋଷ୍ୟତା ପ୍ରଦାନ କରିଛନ୍ତି l ସେଭଳି ଓଡିଶା ରେ ଚଳିତ ବର୍ଷ ପୁତ୍ର ଶିଶୁ ୬୫ ଏବଂ କନ୍ୟା ଶିଶୁ ୮୫ ଜଣ କୁ ମିଶି ୧୫୦ ଜଣ ଦମ୍ପତି ପୋଷ୍ୟ ସନ୍ତାନ ରୂପେ ଯତ୍ନ ଓ ସୁରକ୍ଷା ରେ ରଖିଛନ୍ତି l ଓଡିଶା ରୁ ପୁଅ ଶିଶୁ ୧୦ ଜଣ ଏବଂ ଝିଅ ଶିଶୁ ୧୮ ଜଣ ସହ ମୋଟ ୨୮ ଜଣ ଶିଶୁ ବିଦେଶୀ ଦମ୍ପତି ନେଇଛନ୍ତି l ଆମ ଗଞ୍ଜାମ ଜିଲ୍ଲା ରେ ମଧ୍ୟ ଗତ ୫ବର୍ଷ ମଧ୍ୟରେ ୪୧ ଜଣ ଶିଶୁ କୁ ରାଜ୍ୟ ଏବଂ ରାଜ୍ୟ ବାହାରେ ପୋଷ୍ୟ ସନ୍ତାନ ରୂପେ ନେଇ ପାଳନ କରୁଛନ୍ତି l ଏହି କାର୍ଯ୍ୟକ୍ରମ ରେ ଷ୍ଟାଫ ନର୍ସ, ସୁପରଭାଇଜର, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here