ଦୁର୍ଘଟଣାରେ ତହସିଲ ଅଫିସ ମୁଖ୍ୟ କିରାଣି ମୃତ୍ୟୁ

0
220

ବୁଗୁଡା, ୨୯/୧୧/୨୦୨୨: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ତହସିଲ ଅଫିସର ମୁଖ୍ୟ କିରାଣି ନିମାଇଁ ଚରଣ ପାଢ଼ୀ ବାଇକ ଦୁର୍ଘଟଣାରେ ନଭେମ୍ବର ୨୯ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ବୁଗୁଡା ତହସିଲ ଅଫିସ ମୁଖ୍ୟ କିରାଣି ଶ୍ରୀ ପାଢ଼ୀ ଅଫିସ କାମରେ ଛତ୍ରପୁର ଯାଇଥିଲେ। ଛତ୍ରପୁରରୁ ବୁଗୁଡା ଫେରିବା ସମୟରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ ଶାସନ ଗ୍ରାମ ନିକଟରେ ଶ୍ରୀ ପାଢ଼ୀଙ୍କ ବାଇକ ସହ ଅନ୍ୟ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଶ୍ରୀ ପାଢ଼ୀ ଗୁରୁତର ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ନିମାଇଁ ଚରଣ ପାଢ଼ୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ବ୍ରହ୍ମପୁରରେ ପହଞ୍ଚିଥିବା ବେଳେ ପରିବାର ଲୋକେ ମଧ୍ୟ ପହଞ୍ଚିଥିବା ଜଣାପଡିଛି। ବୁଗୁଡା ସହର ବାସିନ୍ଦା ତଥା ମୁଖ୍ୟ କିରାଣି ସ୍ବର୍ଗତ ପାଢ଼ୀ ଜଣେ ଦକ୍ଷ କର୍ମଚାରୀ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here