ସମ୍ମାନ ସଂସ୍ଥା ଓ ମହେନ୍ଦ୍ରଗିରି ଆଦିମ ଅଧିବାସୀ ସଂଗଠନର ମିଳିତ ସାମାଜିକ ଚିନ୍ତନ ବୈଠକ

0
143

ଦିଗପହଣ୍ଡି ,୨୯/୧୧/୨୦୨୨ : ସ୍ବେଚ୍ଛାସେବୀ ସଂଗଠନ ସମ୍ମାନ ଏବଂ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ପକ୍ଷରୁ ରବିବାର ଅହୋରାତ୍ର ସାମାଜିକ ଚିନ୍ତନ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମକୁ ସଂସ୍ଥାର ଉପଦେଷ୍ଟା ବିଶିଷ୍ଟ ସାମ୍ବାଦିକ , ଆଇନଜୀବୀ ତଥା ସାମାଜିକ କର୍ମୀ ଗଜାନନ ତ୍ରିପାଠୀ ମୂଖ୍ୟ ଅତିଥି , ସମ୍ମାନ ସଂସ୍ଥାର ପ୍ରତିଷ୍ଠାତା ସଂପାଦକ ସାମାଜିକ କର୍ମୀ ଶୈଳେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମ୍ମାନ ସଂସ୍ଥାର ପ୍ରତିଷ୍ଠାତା ସଦସ୍ଯ ସାମାଜିକ କର୍ମୀ ସୀମାଞ୍ଚଳ ଗୌଡ଼ ଏବଂ ଖଲି ମହାରଣା ଓ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭାର ପ୍ରତିଷ୍ଠାତା ସଭାପତି ଅର୍ଜୁନ ମଳିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସତ୍ୟବଟ ନିକଟରେ ଗଛମାଁ ପୂଜାର୍ଚ୍ଚନା ସମେତ ହରିନାମ ସଂକିର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁଶିଲ ପଟ୍ଟନାୟକ, ସତୀଶ ଆଚାର୍ଯ୍ୟ, ରବିନ୍ଦ୍ର ଗୌଡ଼, ଦିନବନ୍ଧୁ ରାଉତ, ମହେନ୍ଦ୍ରଗିରି ମହେନ୍ଦ୍ରଗଡ଼ର ବାରିକ ମଲିକ, ମହାସଭାର ସାଂପ୍ରତିକ ସଂପାଦକ ସୁଦୟା ମଲିକ, ସାହେବ ମହାଂକୁଡ଼ ପ୍ରମୁଖ କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।
ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସମ୍ମାନ ସଂସ୍ଥାର ପ୍ରାକ୍ତନ ସ୍ବେଚ୍ଛାସେବୀ କର୍ମୀ ସମୁହଙ୍କୁ ସମ୍ମାନିତ କରାଯାଇଥିଲା । ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ଏବଂ ସମ୍ମାନ ସଂସ୍ଥାର ଦିବଂଗତ ସଦସ୍ୟ ମାନଙ୍କ କାର୍ଯ୍ୟଧାରା ନେଇ ଆଲୋକପାତ କରାଯିବା ସହିତ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।
ସମ୍ମାନ ସଂସ୍ଥା ପକ୍ଷରୁ ୧୯୮୬ ମସିହାରେ ରୋପିତ ହୋଇଥିବା ସତ୍ୟବଟ ମହା କଳ୍ପଦୃମରେ ବିକଶିତ ହୋଇଥିବାରୁ ସଂସ୍ଥାର ଆଗାମୀ କାର୍ଯ୍ୟଧାରା ସତ୍ୟ ବଟର ଅନୁକରଣୀୟ ଆଧାରକୁ ନେଇ ଆଗାମୀ କାର୍ଯ୍ୟଧାରାକୁ ସ୍ଵୟଂକ୍ରୀୟ କରାଇବାକୁ ଉତ୍ସହିତ କରାଯାଇଥିଲା । ଅତଏବ ଆଗାମୀ ଦିନରେ ସଂସ୍ଥାର ସମସ୍ତ ସାଂଗଠନିକ ଗଠନ ମୂଳକ କାର୍ଯ୍ୟକ୍ରମକୁ ବିନା ଚୁକ୍ତି ଭିତ୍ତିରେ ସହଯୋଗ କରିବା ନେଇ ମହାସଭା ପକ୍ଷରୁ ଅର୍ଜୁନ ମଳିକ ଏବଂ ଯୁବ ନେତୃତ୍ବ ସମୁହ ସ୍ୱାତଃ ଘୋଷଣା କରିଥିଲେ। ମହାସଭାର ୪ଜୋନ୍‌ରୁ ୪୧ ଗ୍ରାମରୁ ୭୦୦ରୁ ଉର୍ଦ୍ଧ ଉଭୟ ମହିଳା ପୁରୁଷ ଯୋଗଦେଇ ଆଗାମୀ ଦିନରେ ମହାସଭା ଏବଂ ସମ୍ମାନ ସଂସ୍ଥାର ଅଗ୍ରଗତିରେ ଗ୍ରାମ୍ୟକମିଟି ଗଠନ ସହ ଯୁବ ନେତୃତ୍ବକୁ ଗୁରୁତ୍ୱ ଦେଇ ଆଗାମୀ ପରିବର୍ଦ୍ଧିତ ସାମାଜିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ନିଷ୍ପତି ହୋଇଥିଲା । ପରିଶେଷରେ ସଭାପତି ଅର୍ଜୁନ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here