କ୍ଷେତ୍ରମହନ ବିଜ୍ଞାନ ମହାବଦ୍ୟାଳୟ ରେ ଏଡ଼ସ ଦିବସ ପାଳିତ

0
138

ବ୍ରହ୍ମପୁର,୦୧/୧୨/୨୦୨୨:
ନରେନ୍ଦ୍ରପୁର ସ୍ଥାନୀୟ କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିନ ହୋଇଯାଇଅଛି। ରେଡ଼କ୍ରସ ପରାମର୍ଶ ଦାତା ପ୍ରଶାନ୍ତ କୁମାର ନାୟକଙ୍କ ତତ୍ୟବଧାନରେ ଛାତ୍ର ଛାତ୍ରୀ ମାନେ ଏକ ପଦଯାତ୍ରା କରିଥିଲେ । ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ କୁମାର ପାଳଙ୍କ ପୌରହିତରେ ଏକ ସଭା ର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼. ସୋରଜ ବନ୍ଧୁ ମହାପାତ୍ର ଓ ଡ଼. ରାମାନୁଜ ପଟ୍ଟନାୟକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ବରିଷ୍ଠ ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନା ର ପୂର୍ବତନ ଜିଲ୍ଲା ଅଧିକାରୀ ଡ଼. ସତୀଶ ପ୍ରସାଦ ନାୟକ ସ୍ବାଗତ ସମ୍ଭାଷଣ, ଓ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ ଡ଼. ପଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ଏଡ଼ସ ର ଭୟା ବାହତା , ସଂକ୍ରମଣ ର କାରଣ , ନିରାକରଣ ଉପରେ ଆଲକପାତ କରିଥିଲେ । ସଭା ଶେଷରେ କୁଇଜ୍ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଲ । ଏଥିରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ବାବୁଲା କୁମାର ନାୟକ, ପଦ୍ମ ଚରଣ ଦାସ, ରାମଚନ୍ଦ୍ର ସାହୁ, କାହ୍ନୁ ଚରଣ ବେହେରା , ସନ୍ତୋଷ କୁମାର ସାବତ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here