ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0
149

ବ୍ରହ୍ମପୁର, ୦୧/୧୨/୨୦୨୨: ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍ ଡ଼ି କର୍ମଚାରୀମାନେ ଦାୟିତ୍ଵ କର୍ତ୍ତବ୍ୟ ପ୍ରତି ଅଧୁକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି ଅତିରିକ୍ତ ମୁଖ୍ୟ ଚିକିତ୍ସାଧ୍ଵରୀ (ମେଡିକାଲ) ଡ଼ା. ବିଶ୍ବମ୍ବର ବେହେରା ପ୍ରକାଶ କରିଛନ୍ତି ।ସ୍ଥାନୀୟ ନଗର ଚିକିତ୍ସାଳୟର କର୍ମଚାରୀ ବିପ୍ର ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ପ୍ରୋଭିଜିନାଲ୍ ପେନସନ୍ ସହିତ ଉପହାର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ରାଜ୍ୟ ହିନ୍ଦ ମଜଦୁର ସଭାର ଉପସଭାପତି ତଥା ବରିଷ୍ଠ ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲା ସଂଘର ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରଥମେ ମେଡିକାଲ କର୍ମଚାରୀ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଣ୍ଡିତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ଚିକିତ୍ସାଳୟର ବରିଷ୍ଠ ଅଧିକାରୀ ଉଷାରାଣୀ ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ସଂଘର କୋଷାଧ୍ୟକ୍ଷ ଟୁନା ଜେନା, ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ, ଏମକେସିଜି ମେଡିକାଲ କଲେଜ ସଂଘର ଉପଦେଷ୍ଟା ଲାଲୁମୋହନ ବେହେରା, ସମ୍ପାଦକ ରାଜୁ ଚିନ୍ତା, ଜିଲା ସଂଘର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, କାର୍ଯ୍ୟକାରୀ ସମ୍ପାଦକ ରଞ୍ଜନ କୁମାର ବେଜ ପ୍ରମୁଖ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଅବସର ନେଇଥିବା କର୍ମଚାରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ।ସଭାପତି ଶ୍ରୀ ରଥ ନଗର ଚିକିତ୍ସାଳୟରେ ନୂତନ କୋଠା ନିର୍ମାଣ ହେଉଥିଲେ ମଧ୍ୟ ସେହି ତୁଳନାରେ କର୍ମଚାରୀ ନିଯୁକ୍ତି ହେଉନଥିବାରୁ ଉଦବେଗ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here