“ଲୋକସଂସ୍କୃତି ଉନ୍ନୟନ ପରିଷଦ” ଉଦ୍‌ଘାଟିତ

0
250

ବ୍ରହ୍ମପୁର,୦୨/୧୨/୨୦୨୨: ଗଂଜାମ ଜିଲ୍ଲାର ଲୋକକଳା ଓ ଲୋକସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ଲୋକ କଳାକାରମାନଙ୍କ ସ୍ଵାଭିମାନର ସୁରକ୍ଷାକୁ ଦୃଷ୍ଟିରେ ରଖ୍ ଆଜି ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାକକ୍ଷରେ”ଲୋକସଂସ୍କୃତି ଉନ୍ନୟନ ପରିଷଦ” ନାମକ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗଠନ ହୋଇ ଉଦ୍‌ଘାଟିତ ହୋଇଯାଇଛି।ସାଂସ୍କୃତିକ ସଂଗଠକ ଡ. ମିହିର କୁମାର ତ୍ରିପାଠୀଙ୍କ ଆହ୍ବାନ କ୍ରମେ ଖଲ୍ଲିକୋଟ କ୍ଲଷ୍ଟର୍ ବିଶବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ଖ୍ୟାତନାମା ମଞ୍ଚ ଉପସ୍ଥାପକ ତଥା ସଂସ୍କୃତି ଗବେଷକ ହୃଷୀକେଶ ପାଣିଗ୍ରାହୀ,ଓଡ଼ିଆ ଲୋକସଂସ୍କୃତି ଗବେଷଣା ପରିଷଦର ସଭାପତି ଡ. ଦୁର୍ଗାମାଧବ ନନ୍ଦ ତଥା ନିଷ୍ଫଳ ଉତ୍କଳ ଦାସକାଠିଆ ମହାସଂଘର ସଭାପତି ଉପେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ରହିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ସଭାରେ ମୁଖ୍ୟତଃ ଗଂଜାମ ଜିଲ୍ଲାର ବିଭିନ୍ନ ଲୋକକଳା, ଲୋକଗୀତ ଓ ଲୋକନାଟକ ଉପରେ ଆଲୋଚନା କରାଯାଇ ଏହାର କଳାକାର ଓ ପରମ୍ପରାର ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଆବାହକ ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଦସ୍ୟ ଅନୀଳ କୁମାର ପାତ୍ର,ସଭାପତି ଭାବେ ଡ. ମିହିର କୁମାର ତ୍ରିପାଠୀ, ଉପସଭାପତି ଭାବେ ପ୍ରସିଦ୍ଧ ବାଘନୃତ୍ୟ ନିର୍ଦ୍ଦେଶକ ମହେନ୍ଦ୍ର ପାତ୍ର,ସଂପାଦିକା ଭାବେ ଶ୍ରୀମତୀ ଉଷାରାଣୀ ମହାପାତ୍ର ଏବଂ ସହ ସଂପାଦିକା ଭାବେ ଶ୍ରୀମତୀ ଲିଲି ମହାରଣା ଦାୟିତ୍ଵ ଗ୍ରହଣ କରିଛନ୍ତି । ସେହିପରି ପରିଷଦ ସଦସ୍ୟ ଭାବେ ଶ୍ରୀମତୀ ସାଧନା ପାଢ଼ୀ, ପ୍ରଶାନ୍ତ ସାହୁ, କୈଳାସ ପାଣିଗ୍ରାହୀ,ରବୀନ୍ଦ୍ର କୁମାର ନାୟକ ଓ ସୁଶ୍ରୀ ପ୍ରତିମା ନାୟକଙ୍କୁ ମନୋନୀତ କରାଯାଇଛି ।

LEAVE A REPLY

Please enter your comment!
Please enter your name here