ବ୍ରହ୍ମପୁର,୦୪/୧୨/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଳକ ମନେରଗା ଦୁର୍ନୀତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଭିଜିଲାନ୍ସ ଅବାଟରେ ଯାଇ ବାଟ ହୁଡୁଛି ।ମାମଲା ପହଞ୍ଚିଲା ଜାତୀୟ ମାନବାଧିକାର କମିଶନ ଦିଲ୍ଲୀ ରେ ।ସୂଚନାଯୋଗ୍ୟ, ବିଶ୍ବମ୍ବର ପାତ୍ର ନାମକ ଜଣେ ସୂଚନା ଅଧିକାର ତଥା ମାନବାଧିକାର କର୍ମୀ ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ ହୋଇଥିବା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅପବୟିତା, ଅବ୍ୟବସ୍ଥା ଓ ଆତ୍ମସାତ ଘଟଣାର ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଅଧିକାର ଆଇନ ବଳରେ ବ୍ଳକକୁ ଦରଖାସ୍ତ କରିଥିଲେ । ଦୂର୍ଣ୍ଣୀତି ଲୋକଲୋଚନାକୁ ଆସିଯିବା ଭୟରେ କୋୖଣସି ବି ସୂଚନାରେ ତୁନି ରହିବା ବା ସମ୍ପୂର୍ଣ୍ଣ ତଥ୍ୟ ନଦେବା ବା ବିଭ୍ରାନ୍ତିକର ତଥ୍ୟ ଦେବାର ରାସ୍ତା ଆପଣେଇ ଚାଲିଛନ୍ତି ଏବଂ କେତେ କେତେ ସୂଚନା ପାଇବା ନିମନ୍ତେ ବିଡ଼ିଓଙ୍କ ଠାରେ ପ୍ରଥମ ଅପିଲ ମଧ୍ୟ ଜାରି ରହିଅଛି । ସୂଚନାଯୋଗ୍ୟ, ଅପିଲ କର୍ତ୍ତାଙ୍କ ମୁହଁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ, ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ବିଶ୍ଵଜିତ ରାୟ ବିଡ଼ିଓ ରଙ୍ଗେଇଲୁଣ୍ଡାଙ୍କ ଦ୍ଵାରା ଡକାଯାଇଥିବା ଏକ ପ୍ରଥମ ଅପିଲର୍ ଶୁଣାଣି ପାଇଁ ଯାଇଥିବା ବେଳେ ସେହି ବିଡ଼ିଓଙ୍କ ଇଙ୍ଗିତରେ ଓ ଭଡ଼ାରେ ନିୟୋଜିତ ହୋଇଥିବା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଅପିଲ୍ ଜାମିନରେ ଥିବା ଏକ କୁଖ୍ୟାତ ଅପରାଧୀ ଦ୍ଵାରା ସ୍ପଷ୍ଟ ଦିବାଲୋକରେ ବିଡ଼ିଓଙ୍କ ସାମ୍ନାରୁ ତା’ର କିଛି ସହଯୋଗୀ ଙ୍କ ଦ୍ଵାରା ଅପହରଣ କରି ନେଇଥିଲେ ଓ ଜିବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ ଓ ଆଶ୍ଚର୍ଯ୍ୟର ବିଷୟ ଅପହରଣ ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ଉକ୍ତ ଅପରାଧୀ ଶାସକ ଦଳର ଜଣେ ସକ୍ରୀୟ ନେତା ହୋଇଥିବା ଯୋଗୁଁ ଅଦୃଶ୍ୟ ଚାପରେ ପୋଲିସ ପକ୍ଷରୁ ଗିରଫ କରାଯାଇନଥିଲା ଓ ପର୍ଯ୍ୟାପ୍ତ ସୁଯୋଗ ଦେଇ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇବାରେ ସକ୍ଷମ ହୋଇଥିଲେ।ଏହି ଦୁର୍ନୀତି ପ୍ରସଙ୍ଗରେ ସରକାର, ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସକୁ ବାରମ୍ବାର ଚିଠି ମାଧ୍ୟମରେ ଅଭିଯୋଗ ପଠାଯାଇଥିଲେ ମଧ୍ୟ କୋୖଣସି ନା କୋୖଣସି ଅଦୃଶ୍ୟ ଚାପରେ ମହାତ୍ମାଗାନ୍ଧୀଙ୍କ ତିନି ମାଙ୍କଡ ସଦୃଶ୍ୟର ଅଭିନୟ କରି ଫାଇଲ୍ ଇଞ୍ଚେ ମଧ୍ୟ ଘୁଞ୍ଚୁନାହି ଓ ସମସ୍ତ ବିଭାଗ ଅବାଟରେ ଯାଇ ବାଟ ହୁଡୁଛନ୍ତି ।ଏହି ଦୁର୍ନୀତି ପ୍ରସଙ୍ଗ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ, ଖଟିଖିଆ ଓ ମୂଲକାମ କରି ପରିବାର ପୋଷଣ କରୁଥିବା ସାଧାରଣ ଲୋକଙ୍କ ଉପରେ ଆଧାରିତ ଓ କୋୖଣସି ବି ନାଗରିକ/ଜନତା ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ Article 21 ଅନୁଯାୟୀ ଅବହେଳିତ ଓ ଉପେକ୍ଷିତ ହୋଇପାରିବେ ନାହିଁ ଓ କୋୖଣସି ବି ପରିସ୍ଥିତିରେ କୋୖଣସି ନାଗରିକଙ୍କ ମାନବାଧିକାର ଉଲଂଘନ କରାଯାଇ ପାରିବ ନାହିଁ ଓ ତତ୍ ସହିତ ମନେରଗା ଯୋଜନାରେ ଖର୍ଚ୍ଚ ହେଉଥିବା ସମସ୍ତ ଅନୁଦାନ ଅର୍ଥ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଆସିଥିବା ଓ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅର୍ଥ ହୋଇଥିବା ଯୋଗୁଁ, ତେଣୁ କଟକ ଜିଲ୍ଲାର ଶ୍ରୀମାନ ଭଜମନ ବିଶ୍ବାଳ ନାମକ ଜଣେ ବରିଷ୍ଠ ଓ ବିଶିଷ୍ଟ ମାନବାଧିକାର ରକ୍ଷକ ମାନ୍ୟବର ଜାତୀୟ ମାନବାଧିକାର କମିଶନ ଦିଲ୍ଲିରେ ଅଭିଯୋଗ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଏସପି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ଭୂବନେଶ୍ଵର) ଓ କେନ୍ଦ୍ର ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ (ଦିଲ୍ଲୀ)ଙ୍କ ଦ୍ଵାରା କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।ସୂଚନାଯୋଗ୍ୟ, ଅଭିଯୋଗ ପାଇଲା ପରେ ମାନ୍ୟବର କମିଶନଙ୍କ ତରଫରୁ କେସ୍ ଡାଏରୀ ନମ୍ବର 20301/IN/2022 ଜାରିକରି ସ୍ବୀକୃତି ପ୍ରାପ୍ତ କରିଛନ୍ତି ।