ଜିଉରା ପଞ୍ଚାୟତରେ ବିଶ୍ବବ୍ୟାଙ୍କ ପ୍ରତିନିଧି : ସମ୍ୱନ୍ୱିତ ଜଳସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷିକୁ ଗୁରୁତ୍ଵ

0
217

ବ୍ରହ୍ମପୁର,୧୩/୧୨/୨୨ : ଓଡ଼ିଶା ସମନ୍ଵିତ ଜଳସେଚନ ପ୍ରକଳ୍ପ ଏବଂ ଜଳବାୟୁ ସହନଶୀଳ କୃଷି କର୍ମ ପରିଚାଳନା ନେଇ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜିଉରା ପଞ୍ଚାୟତକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳଙ୍କ ଗସ୍ତ କରି ଅଞ୍ଚଳ ଚାଷୀଙ୍କ ସମସ୍ୟା ସହିତ ସ୍ଥାନୀୟ କ୍ଷୁଦ୍ର ଜଳ ସେଚନ ବ୍ୟବସ୍ଥାକୁ ତାକ ଦେଇ ମାଛ ଚାଷ , ଶଙ୍କର ଜାତୀୟ ପନିପରିବା , ଡାଲି ଜାତୀୟ , ତୈଳବୀଜ ସହ ମାଣ୍ଡିଆ ଚାଷକୁ ଗୁରୁତ୍ଵ ଦେଇଛନ୍ତି । ବିଶ୍ବବ୍ୟାଙ୍କ ପ୍ରତିନିଧିଙ୍କ ସହ କୃଷି ଓ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ମଙ୍ଗଳବାର ଦିନ ଜିଉରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରକାରଙ୍କ ‘କୃଷି ଶକ୍ତି ଅଭିଯାନ’ ଅନ୍ତର୍ଗତରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସରଳ ସମାଧାନ ବିଷୟରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା । ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀଙ୍କ ମାଧ୍ୟମରେ କରାଯାଇଥିବା ମାଛ ଚାଷ ପାଇଁ ଆଜି ସମଗ୍ର ରାଜ୍ୟ ପ୍ରଶଂସିତ ହେଉଥିବା ପ୍ରତିନିଧି ମଣ୍ଡଳୀ ଅବତାରଣା କରିଥିଲେ l ଜିଉରା କୃଷ୍ଣ ସାଗର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପ ଉପର ମୁଣ୍ଡରେ ଥିବା ଚାଷ ଜମିକୁ ସୋଲାର ଶକ୍ତି ମାଧ୍ୟମରେ ଜଳସେଚିତ କରିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଲକ୍ଷ୍ମୀ ଚରଣ ପାତ୍ରଙ୍କ ମାଧ୍ୟମରେ ଗୃହୀତ ପ୍ରସ୍ତାବକୁ ପ୍ରତିନିଧି ମଣ୍ଡଳୀ ଲିପିବଦ୍ଧ କରିଥିଲେ l ଏଥି ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୁରକ୍ଷା ବାଡ଼ ନିର୍ମାଣ , ଅଞ୍ଚଳର ପରିବା ଚାଷକୁ ପ୍ରୋତ୍ସାହିତ କରିବାକୁ ପରିବା ଗୋଦାମ ଏବଂ ପରିବାର ଅଭାବୀ ବିକ୍ରୀରୁ ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରପଞ୍ଚ ଶ୍ରୀମତୀ ଲିସା ରାଣୀ ପାତ୍ର ପ୍ରସ୍ତାବ ମଧ୍ୟ ଦେଇଛନ୍ତି l ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ , ପ୍ରୋଜେକ୍ଟ ଡାଇରେକ୍ଟର ରଶ୍ମିରଞ୍ଜନ ସାହୁ , ବିଶ୍ୱ ବ୍ୟାଙ୍କର ସମୀର ଦାସ , ଅଞ୍ଜୁ ଗୌର , ଜିଲ୍ଲା ମତ୍ସ ଅଧିକାରୀ ନିମାଇଁ ଚରଣ ବସ୍ତିୟା , ଅତିରିକ୍ତ ଜିଲ୍ଲା ମତ୍ସ ଅଧିକାରୀ ସାଗର କୁମାର , ଉଦ୍ୟାନ ବିଭାଗ ଉପ କୃଷି ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ପଣ୍ଡା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ , ସାନଖେମୁଣ୍ଡି ସହକାରୀ କୃଷି ଅଧିକାରୀ ବିଶ୍ୱରଂଜନ ରାଉତ , ଜୟଶ୍ରୀ ଦେବୀ , ସୁରଭି ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ଚାଷ ଓ ଜଳସେଚନର ସମସ୍ତ କାର୍ଯ୍ୟକ୍ରମ ଉପରେ ଚାଷୀଙ୍କୁ ଉପସ୍ଥାପନା କରିଥିଲେ l

LEAVE A REPLY

Please enter your comment!
Please enter your name here