ଜିଲ୍ଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଡୁଡା)ର ସମୀକ୍ଷା ବୈଠକ ଅନୁଷ୍ଠିତ

0
218

ଛତ୍ରପୁର,୧୩/୧୨/୨୦୨୨: ଗଞ୍ଜାମ ଜିଲ୍ଲା ପରିଷଦ ର ଜଉଗଡ ବୈଠକ ଗୃହରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତା ରେ ଉକ୍ତ କାର୍ଯ୍ୟକ୍ରମଟି ସଫଳଭାବରେ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ
ଜିଲ୍ଲା ନଗର ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଉକ୍ତ କର୍ମଶାଳାକୁ ପରିଚାଳନା କରିଥିଲେ । ଆଜିର ଏହି ବୈଠକରେ ରେ ଗଞ୍ଜାମ ଜିଲ୍ଲାର ଥିବା ୧୭ ଗୋଟି ପୌରାଞ୍ଚଳ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ କନିଷ୍ଠ ପରିମଳ ବିଶେଷଜ୍ଞ ମାନେ ଉପସ୍ଥିତ ରହିଥିଲେ ।ଉକ୍ତ ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ରାଜ୍ୟ ଓ ଗୃହ ଉନ୍ନୟନ ବିଭାଗର ଅଧୀନରେ ଥିବା ସମସ୍ତ ପ୍ରକଳ୍ପ ଉନ୍ନତିକରଣ, ସୁପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ସକାଶେ ଜାରି କରାଯାଇଥିବା ନିୟମାବଳିର ସଠିକ ରୂପେ କାର୍ଯ୍ୟକାରିତା ଦିଗରେ ଆଲୋଚନା କରଯାଇଥିଲା । ଆସନ୍ତା ତା୨୪.୧୨.୨୦୨୨ ଠାରୁ ୨୮.୧୨.୨୦୨୨ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ର ସୁପରିଚାଳନା ଉପରେ ମଧ୍ୟ ଆଲୋଚନା କରଯାଇଥିଲା ତତ ସଙ୍ଗେ ସଙ୍ଗେ ସ୍ବଚ୍ଛ ସର୍ଭେକ୍ଷଣ ଅଭିଯାନ-୨୦୨୩ ସମ୍ବନ୍ଧରେ ନିଆଯାଇଥିବା ସମସ୍ତ ପଦକ୍ଷେପ ଗୁଡିକ କିପରି ଭାବେ କାର୍ଯ୍ୟକାରି ହୋଇପାରୁଛି ସେହି ବିଷୟରେ ମଧ୍ୟ ଗୁରୁତ୍ଵ ଭାବେ ଆଲୋଚନା କରିଥିଲେ, ପ୍ରତ୍ୟେକ ପୌରାଞ୍ଚଳ ଯେହିପରି ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ-୨୦୨୩ ରେ ଭାଗୀଦାର ହୋଇପାରିବେ ତାହା ଉପରେ ପ୍ରତ୍ୟେକ କନିଷ୍ଠ ପରିମଳ ବିଶେଷଜ୍ଞ ଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ସ୍ବଚ୍ଛ ସର୍ଭେକ୍ଷଣ ଅଭିଯାନ -୨୦୨୩ ରେ ସହରାଞ୍ଚଳ ର ସମସ୍ତ ବାସିନ୍ଦା ଯେଉଁ ଭଳି ଅବଗତ ହୋଇପାରିବେ ଏବଂ ସେମାନେ ନିଜେ ନିଜର ମତାମତ ଜଣାଇପାରିବେ ସେହି ଉପରେ ଗୁରୁତ୍ବ ଆରୋପ କରିଥିଲେ ମୁକ୍ତା କାର୍ଯ୍ୟ ଯୋଜନା ର ସଫଳ ରୂପାଯନ ଉପରେ ଆଲୋଚନା କରଯାଇଥିଲା ଓ ତାହା
ସଠିକ ସମୟରେ ସମସ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ନିମନ୍ତେ ମଧ୍ୟ ଜିଲ୍ଲାପାଳ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ଓ ମୁକ୍ତା କାର୍ଯ୍ୟ ଯୋଜନା ୨୦୨୩-୨୪ ବାର୍ଷିକ କାର୍ଯ୍ୟ
ଯୋଜନା ଆସୁଥିବା ସମସ୍ତ ପ୍ରକଳ୍ପ କୁ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତି
ପାଇଁ ମଧ୍ୟ ନିର୍ଦେଶ ଦିଆଗଲା ।
ମିଶନ ଅମୃତ ରେ ଗଞ୍ଜାମ ଜିଲ୍ଲା ପାଇଁ ୧୭୭ ଟି ପ୍ରକଳ୍ପ ଅନୁମୋଦିତ ହୋଇଥିଲା ସେହି ପ୍ରକଳ୍ପ ଗୁଡିକର ସୁପରିଚାଳନା ଓ ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ନିର୍ଦେଶନାମା ଜାରି କରଯାଇଥିଲା । ଉକ୍ତ ପରେ ମିଶନ ଶକ୍ତି ଗୃହ (ଫେଜ -୨) ରେ ଅନୁମୋଦିତ ହୋଇଥିବା ୬୦ ଟି ପ୍ରକଳ୍ପ ଗୁଡିକ ଜାନୁଆରୀ ୨୦୨୩ ସୁଧା ସମସ୍ତ କାର୍ଯ୍ୟର ସମାପ୍ତି ନିମନ୍ତେ
ଆଦେଶ ଦେଇଥିଲେ । ତା’ ପରେ ରାଜ୍ୟ ଓ ଗୃହ ଉନ୍ନୟନ ବିଭାଗ ଦ୍ବାରା ଜାରି ହୋଇଥିବା ପ୍ରତ୍ୟେକ ୱାର୍ଡରେ ୱାର୍ଡ ଅଫିସ ର ନିର୍ମାଣ କରିବା ପାଇଁ ସ୍ଥାନ ନିରୂପଣ କରିବା ପାଇଁ ଆଦେଶ ଦେଇଥିଲେ । ଜିଲ୍ଲାରେ ନୂତନରୂପେ ନିର୍ମାଣ କରାଯାଉଥିବା ମିନିଷ୍ଟାଡିୟମ ଓ ଇଣ୍ଡୋର ହଲ ର ସମାପ୍ତି କାର୍ଯ୍ୟ ଦିଆଯାଇଥିବା ସମୟ ମଧ୍ୟରେ ସମାପ୍ତି ନିମନ୍ତେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଆଦେଶ ଦେଇଥିଲେ । ଜାତୀୟ ଜୀବିକା ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିଗତ ଋଣ ଓ ମିଶନ ଶକ୍ତି ମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କ ଦ୍ବାରା ଜାରି ଥିବା ଟାର୍ଗେଟ ଗୁଡିକୁ ଉକ୍ତ ନିର୍ଦାରିତ ସମୟ ମଧ୍ୟରେ ସାରିବା ପାଇଁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଆଦେଶ ଦିଆଯାଇଥିଲା । ଜିଲ୍ଲାରେ ଥିବା ସମସ୍ତ ଆହାର କେନ୍ଦ୍ର ମାନଙ୍କର ସୌନ୍ଦର୍ଯ୍ୟକରଣ,ପରିଷ୍କାର,ପରିଛନ୍ନତା ଉପରେ ଗୁରୁତ୍ବ ଆରୋପ କରଯାଇଥିଲା । ସମ୍ପୁର୍ଣ୍ଣ ସହରକୁ ଆଲୋକମୟ କରିବା ନିମନ୍ତେ ଗୁରୁତ୍ବ ଧ୍ୟାନ ଦେଇ ଉକ୍ତ ସମୟ ମଧ୍ୟରେ କାର୍ଯ୍ୟଶେଷ କରିବା ନିମନ୍ତେ ନିର୍ଦେଶ ଦିଆଗଲା।

LEAVE A REPLY

Please enter your comment!
Please enter your name here