କାଲିମେଳା ବ୍ଳକ ସ୍ତରୀୟ ଦୁଇ ଦିବସୀୟ କ୍ରିଡ଼ା ପ୍ରତିଯୋଗିତା ଉଦଘାଟିତ

0
96

କାଳିମେଳା,୧୩/୧୨/୨୦୨୨: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମ୍ ଭି ୮୮ ଖେଳ ପଡିଆ ଠାରେ ୨ ଦିନିଆ ଖେଳ ପ୍ରତିଯୋଗିତା ଗୋଷ୍ଟି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାଢଇଙ୍କ ଦ୍ବାରା ଶୁଭ ଉଦ୍ଘାଟନ ହୋଇଥିଲା। ଏହି ମହାମଞ୍ଚକୁ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସରଦାର ପରିଚାଳନା କରିଥିଲା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ତା ହରଣ ମଧୁ ସମ୍ମାନିତ ଅତିଥି, ବ୍ଳକ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ତପାଲି, ଡକ୍ଟର ଆମ୍ବେଦକର ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା, ସିଆରସିସି ଦୀପଙ୍କର ବିଶ୍ବାସ, ବରିଷ୍ଠ ଗ୍ରାମ ଶିକ୍ଷା କମିଟି ସଦସ୍ୟ ବିଧିପଦ ବିଶ୍ବାସ ନିମନ୍ତ୍ରଣ ଅତିଥି, ନୃସିଂହ ପାଇକ ରାୟ,ବିଧିରଞ୍ଜନ ସରକାର, ସରପଞ୍ଚ ଦୁର୍ଗା ସୋଡି, ସଚିନ୍ କୃଷ୍ଣ ସାନା,ତପନ କୁମାର ବାଇନ୍, ଅଭିଷେକ ମଣ୍ଡଳ,ତାରାପଦ ମିସ୍ତ୍ରୀ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ମାଲକାନଗିରି ଜିଲ୍ଲା ର ଦକ୍ଷତା ସମ୍ପନ୍ନ ଛାତ୍ର ଛାତ୍ରୀ ମାନଙ୍କ ଖେଳକୁଦ ର ବିକାଶ ପାଇଁ ପ୍ରେରଣା ଦେଇଥିଲେ ।ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାପତି ମଞ୍ଚ ଓ ମସାଲ ଜାଳି ଖେଳକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାରେ ବ୍ଳକର ଶହଶହ ସଂଖ୍ୟକ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅବିଭାବକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here