ମାଲକାନଗିରି,୧୪/୧୨/୨୦୨୨: ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହୋଇଛି ଧାନ ମଣ୍ଡି। ଆଜି ସକାଳେ ଜିଲ୍ଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏହି ଧାନ ମଣ୍ଡିକୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଶାଲ ସିଂ ଯୋଗଦେଇ ଜିଲ୍ଲାରେ ଖୋଲାଯାଇଥିବା ସମସ୍ଥ ଧାନ ମଣ୍ଡିରେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଚାଷୀମାନେ ଧାନ ବିକ୍ରିକରି ନିଜର ପ୍ରାପ୍ୟ ପାଇ ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାଇକ,ଏସିଏସଓ ପ୍ରଦୀପ କୁମାର ଦାସ,ଯୋଗାଣ ନୀରିକ୍ଷକ ପ୍ରଭଞ୍ଜନ ମହାନ୍ତି,କ୍ବାଲିଟ୍ ଆନାଲିସିସ୍ ଦୀପ୍ତିରଞ୍ଜନ ମଲ୍ଲିକ୍ , ମିଲରସ୍ ସଂଘ ସଭାପତି ସୁରେଶ ଚନ୍ଦ୍ର ସୋମାନୀ,ଅନ୍ୟ ମିଲର୍ସ,ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।