୨ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା

0
187

ମାଲକାନଗିରି, ୧୫/୧୨/୨୦୨୨(ଏନ୍ ରବିଙ୍କ ରିପୋର୍ଟ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଜାନବାଇ ମେଡିକାଲ ପିଏଚ୍‌ସିରେ ୨ ଯକ୍ଷ୍ମା ରୋଗୀଙ୍କୁ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଗୁରୁବାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେମାନେ ହେଲେ ବଡପଡ଼ା ପଞ୍ଚାୟତ ଖଜୁରୀଗୁମା ଗ୍ରାମର ଘେନୁ ଚରଣ ବଣ୍ଡା ଏବଂ ଜାନବାଇ କଲୋନୀ ଗ୍ରାମର ଦମାଇ ଖିଲ। ଏହି ଅବସରରେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ, ସ୍ବାସ୍ଥ୍ୟ ଅଧିକାରୀ ପ୍ରବୀଣ କୁମାର ସାହୁ, ସୁପରଭାଇଜର ଶଶାଙ୍କ ଶେଖର କର, କୁଡୁମୁଲୁଗୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ ପଦ୍ମନାଭ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ୬ ମାସ ପର୍ଯ୍ୟନ୍ତ ୨ ରୋଗୀଙ୍କ ପୋଷକତତ୍ତ୍ୱକୁ ଧ୍ୟାନରେ ରଖି ଉପଯୁକ୍ତ ଆହାର ଯୋଗାଇ ଦେବା ସହ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here