ମାଲକାନଗିରି,୧୭/୧୨/୨୦୨୨: ( ଏନ୍. ରବି) ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଗିରିକାନପାଲ୍ଲୀ ପଞ୍ଚାୟତ ସ୍ଥିତ ଏମ୍.ଭି:- ୯୫ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପ୍ରାରମ୍ଭରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପପ୍ରଜ୍ଜ୍ୱଳନ କରାଯାଇଥିଲା, ପରେ ମୁଖ୍ୟ ଅତିଥି ଫିଟା କାଟି ଖେଳ ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ ଜଣାଇଥିଲେ । ଆଜିର ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମହୋଦୟା ଶ୍ରୀମତୀ ମେନକା କବାସୀ ଯୋଗଦେଇଥିବା ବେଳେ ସଭାପତି ଭାବରେ ସମିତି ସଭ୍ୟ ଯୋଗଦାନ କରିଥିଲେ, ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଶଙ୍କର ଦତ୍ତ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଏସ.ଏମ୍.ସି ର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସରକାର, ଗ୍ରାମ ଯୁବ କମିଟିର ସଭାପତି ଶ୍ରୀଯୁକ୍ତ ତାରକ ମଣ୍ଡଳ, ଗ୍ରାମ ୱାର୍ଡମେମ୍ବର ଶ୍ରୀମତୀ ସୁପ୍ରିୟା ସରକାର, ଗାଁ କଲ୍ୟାଣ କମିଟିର ସଭାପତି ଶ୍ରୀଯୁକ୍ତ କମଲ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟ ପ୍ରତ୍ୟେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସଫଳ ହୋଇଥିବା ପ୍ରେତ୍ୟକଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁମାର ସାନୁ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।