ବ୍ରହ୍ମପୁର,୧୮/୧୨/୨୦୨୨: ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଠାକୁରାଣୀ ମନ୍ଦିର ନିକଟରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ସୂଚନା ମୁତାବକ ମନ୍ଦିର ନିକଟରେ ଏକ ବିରଟକାୟ ସାପ ବୁଲୁଥିବା କିଛି ସ୍ଥାନୀୟ ଯୁବକ ଦେଖିଥିଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ୯ ଫୁଟର ଅଜଗର ସାପକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିକୁ ବନ ବିଭାଗ କୁ ହସ୍ତାନ୍ତର କରିଥିବା ବେଳେ ତାହାକୁ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି।