ବ୍ରହ୍ମପୁର,୧୮/୧୨/୨୦୨୨:
ଗୋଳନ୍ଥରା ନୂଆସାହି ସ୍ଥିତ ଭୂବେନେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଗୋଳନ୍ଥରା ଶୌଣ୍ଢିକ ସମାଜର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁମିଳନ ଅବସରରେ ଶ୍ରୀ ଲଲାଟେନ୍ଦୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ଏକ ସାଙ୍ଗଠନିକ ବୈଠକ ବସି ସମାଜର ମୌଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସମାଜରେ ବାଲ୍ୟ ବିବାହ ପ୍ରଥାକୁ ବିରୋଧ କରିବା ସହ ଯୌତୁକ ନିର୍ଯ୍ୟାତନା ହେଉଥିବା ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ସମାଜର କର୍ତ୍ତବ୍ୟ।ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇ କୁଳର ଆର୍ଥିକ ଆୟ ବ୍ୟୟ ନେଇ କୁଳ ସଭାପତି ଗୁରୁତ୍ୱାରୋପ ନେଇ ଆଲୋଚନା ଥିଲା।ମଣ୍ଡଳ ସଭାପତି ଶ୍ରୀକାନ୍ତ ସାହୁ ମହୁରୀ ତାଲୁକା ଶୌଣ୍ଢିକ ସମାଜର ସଭାପତି ଶ୍ରୀଦଣ୍ଡପାଣି ସାହୁଙ୍କ ସମତେ ଗୋଳନ୍ଥରା ମଣ୍ଡଳର ଶତାଧିକ ପରିବାର ଯୋଗ ଦେବା ସହ ଦଶରୁ ଉର୍ଦ୍ଧ୍ବ ମଣ୍ଡଳର ସଭାପତି ମାନେ ଯୋଗ ଦେଇଥିଲେ।ଏଥି ପୂର୍ବରୁ ଭୂବେନେଶ୍ବରୀ ମନ୍ଦିର ଠାରେ ମହୁରୀ ତାଲୁକା ଶୌଣ୍ଢିକ ସମାଜର ଏକ ବୈଠକ ସଭାପତି ଶ୍ରୀ ଦଣ୍ଡପାଣି ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଆସନ୍ତା ଜାନୁୟାରୀ ଶେଷ ସପ୍ତାହରେ ତାଲୁକା ମହାସଭା ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଉପସ୍ଥିତ ମଣ୍ଡଳ ଅଧିକାରୀ ବୃନ୍ଦ,ସୁବାସ ସାହୁ (ଯୁଗୁଡି),ବିଶ୍ବନାଥ ସାହୁ,(ଆଙ୍କୁଲି),ହରିହର ସାହୁ (ଲଙ୍ଗଳଦେଇ),ଯୁଧିଷ୍ଠିର ସାହୁ କୁକୁଡାଖଣ୍ଡି,ଅମରିଶ ସାହୁ,କେରାଣ୍ଡିତୋଳା ଗୌରହରି ସାହୁ ବଡକୁଶସ୍ଥଳୀ ସୁବାସଚନ୍ଦ୍ର ସାହୁ,କରାପଲ୍ଲୀ,ଚକ୍ରଧର ସାହୁ, ମେଣ୍ଢରାଜପୁର ଗୋଳନ୍ଥରା ଶ୍ରୀକାନ୍ତ ସାହୁ, ଆପନା ସାହୁ ଯୋଗିଆପଲ୍ଲୀଙ୍କ ସମତେ ମହୁରୀ ତାଲୁକା ସଭାପତି ଶ୍ରୀଦଣ୍ଡପାଣି ସାହୁ ଯୋଗ ଦେଇଥିଲେ।