ବିଏମାଏସ ଅନୁବନ୍ଧିତ ସାନଖେମୁଣ୍ଡି ବ୍ଲକ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ଧାରଣାରେ ବିଧାୟକ ରମେଶ ଜେନା

0
214

ବ୍ରହ୍ମପୁର, ୧୯/୧୨/୨୦୨୨: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ଵ ରଖୁଥିଲା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ସାମାଜିକ ନିରାପତ୍ତା ସହ କରୁଥିବା କାମ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନରେ ଅବହେଳା କରି ଆସୁଛନ୍ତି । ପ୍ରତାରଣା ପୂର୍ଣ୍ଣ ଅଧ୍ୟାଦେଶ ଜାରି କରି କର୍ମୀ ଓ ସହାୟିକାଙ୍କୁ ଲଲିପପ୍ ଧରାଇ ଗ୍ରାମାଞ୍ଚଳର ତୃଣମୂଳ ସ୍ତରର ସମସ୍ତ କାର୍ଯ୍ୟ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ହାସଲ କରୁଛନ୍ତି । ଅତଏବ ସେମାନଙ୍କ କାର୍ଯ୍ୟର ପ୍ରାପ୍ୟକୁ ସେବା ଆଳରେ ପାରିତୋଷିକ ବ୍ୟବସ୍ଥା କରାଇଛନ୍ତି । ଏଥିନେଇ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହରତାଳ ମାଧ୍ୟମରେ ସରକାରଙ୍କ ଠାରେ ଦାବି କରୁଥିଲେ ମଧ୍ୟ ସରକାରଙ୍କ ଠାରେ ଏହାର ପ୍ରଭାବ ଅନୁଭୂତ ହେଉଥିବା ଜଣାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଲେଡିସ ୱାର୍କର ଏସୋଷିଏସନ୍ ଅଙ୍ଗନୱାଡ଼ି କର୍ମୀ ସମୂହ ଭୁବନେଶ୍ୱରରେ ଅହୋରାତ୍ର ଧାରଣାରେ ବସି ସରକାରଙ୍କ ଠାରେ ଦାବି ଉପସ୍ଥାପନ କରୁଥିବା ବେଳେ ରାଜ୍ୟ ସଂଗଠନର ଆଦେଶ କ୍ରମରେ ବ୍ଲକ ସ୍ତରରେ କର୍ମୀଙ୍କ ଦ୍ଵାରା ଆନ୍ଦୋଳନ ବିକ୍ଷୋଭ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣକୁ ଜାରି ରଖିଛି । ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ଅଧିନ ଏହି ସଂଘ ଅଧିନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସମୂହ ସାନଖେମୁଣ୍ଡି ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ପାଖାପାଖି ମାସେ ସମୟ ଧରି ଧାରଣାରେ ବସିଥିବା ବେଳେ ଆଜି ଏହି ବିକ୍ଷୋଭରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଯୋଗଦେଇ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ବ୍ଲକ ସଦର ମହକୁମା ସିଡିପିଓଙ୍କ କାର୍ଯ୍ୟାଳୟରେ କର୍ମୀଙ୍କ ଦ୍ବାରା ଆହୁତ ଧାରଣାରେ ଯୋଗଦେଇ ନିଜ ଆଭିମୁଖ୍ୟ ପ୍ରକଟ କରିଛନ୍ତି । କର୍ମୀ ସଂଘଙ୍କ ଆଠ ଦଫା ଦାବିକୁ ସମର୍ଥନ କରିବା ସହିତ ସରକାରଙ୍କ ବିଭାଗୀୟ ବିରୋଧୀ ନୀତିକୁ ଦୃଢ଼ ବିରୋଧ କରିଛନ୍ତି । ସଂଘ ଜିଲ୍ଲା କର୍ମକର୍ତ୍ତାଙ୍କ ଯୋଗଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା କର୍ମୀ ସମୂହଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ତୀବ୍ରତର କରିବାକୁ ଉଦବୋଧନ ଦେଇଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଏସ ବାବୁଲା ଦୋରା , ପିସିସି ସଭ୍ୟ ଅରବିନ୍ଦ ନାହାକ , ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ, ଅଲେଖ ନାୟକ , ସମାଜସେବୀ ଶଙ୍କର୍ଷଣ ଖୁଣ୍ଟିଆ , ପୀତବାସ ଜେନା , ସାଧୁ ଚରଣ ନାୟକ ପ୍ରମୁଖ ନିଜନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ କର୍ମିସଂଘ କାର୍ଯ୍ୟକର୍ତ୍ତା ସମୂହ ଉପସ୍ଥିତି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here