ସୀମା ଲଂଘିଲା ମଦ୍ୟପର ବର୍ବରତା : ପାରିବାରିକ କଲହରୁ ସ୍ତ୍ରୀ ହତ୍ୟା : ଥାନାରେ ଏତଲା : ଶବ ଜବତ

0
192

ସାନଖେମୁଣ୍ଡି,୧୯/୧୨/୨୦୨୨: ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମରେ ରବିବାରରେ ଏକ ଅଭାବନୀୟ ଘଟଣା କ୍ରମରେ ମଦ୍ୟପ ସ୍ୱାମୀର ବର୍ବରତାର ଶିକାର ହୋଇ ସ୍ତ୍ରୀ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ମଦ୍ୟପ ସ୍ୱାମୀ ନାରାୟଣ ସାହୁ ( ୪୬ ) ନିଜ ସ୍ତ୍ରୀ ଜୟନ୍ତୀ ସାହୁକୁ ନୃଶଂସ ଭାବେ ହତ୍ୟା କରି ବିଲରେ ଫିଙ୍ଗି ଦେଇଥିବା ଦେଖାଯାଇଛି । ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସଫଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ନାରାୟଣକୁ ହେପାଜତକୁ ନେଇ ଘଟଣାର ଯାଞ୍ଚ କରୁଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ନିକଟ ରାଧାଦେଇପୁର ଗ୍ରାମର ଦାମ ସାହୁଙ୍କ ଝିଅ ଜୟନ୍ତୀଙ୍କ ସହ ଜିଉରା ଗ୍ରାମର ନାରାୟଣଙ୍କ ସହ ପ୍ରାୟ ୧୫ ବର୍ଷ ତଳେ ବିବାହ ହୋଇଥିଲା । ସଂପ୍ରତି ଜୟନ୍ତିର ବାପଘର ମଧ୍ୟ ସେହି ଗ୍ରାମରେ ରହି ଆସୁଛନ୍ତି । ଜୟନ୍ତିଙ୍କ ୨ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ସ୍ଵାମୀ ନାରାୟଣ ବିଭିନ୍ନ ସମୟରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଜୟନ୍ତୀକୁ ମାଡ ମାରୁଥିବା ଝିଅର ପରିବାର ଲୋକେ କହିଛନ୍ତି । ତେବେ ଗତକାଲି ରାତିରେ ନାରାୟଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଜୟନ୍ତୀ ସହ କୈାଣସି କାରଣରୁ ଝଗଡ଼ା ପାଟିତୁଣ୍ଡ କରିଥିବା ବେଳେ ରବିବାର ସକାଳୁ ଘର ବାରିପଟରେ ରହିଥିବା ପରିବା ବାଡ଼ରେ ଜୟନ୍ତୀଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଓ ପରିବାର ଦେଖିବାକୁ ପାଇଥିଲେ । ଘଟଣା ପରେ ଗ୍ରାମବାସୀ ନାରାୟଣଙ୍କୁ ଅଟକ କରି ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ନାରାୟଣଙ୍କୁ ଥାନାରେ ଅଟକ ରଖିଥିଲା । ଅନ୍ୟପକ୍ଷରେ ମୃତ ଜୟନ୍ତୀଙ୍କ ଭାଇ ଚେରୁ ସାହୁଙ୍କ ଏତଲା କ୍ରମେ ପୋଲିସ ଥାନା କେସ୍ ନଂ ୪୫୮/୨୨ ପ୍ରକାରେ ମାମଲା ରୁଜୁ ସହ ମୃତଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ସ୍ଥାନୀୟ ତଥ୍ୟ ପ୍ରକାରେ ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବା ବେଳେ ତଣ୍ଟି ଚିପି ଶ୍ୱାସରୁଦ୍ଧ କରି ମାରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଘରେ ଆକ୍ରମଣର ଶିକାର ହୋଇ ମାରିଥିବା ମହିଳାଙ୍କ ମୁଣ୍ଡରେ କ୍ଷତ ଏବଂ ମୃତ ଶବ ବାହାରେ ପଡ଼ିବା , ,ମରଣାନ୍ତକ ଚିତ୍କାର କେହି ଜାଣି ନ ପାରିବା ଘଟଣା ସାଧାରଣରେ ସନ୍ଦେହ ଦୃଷ୍ଟି କରିଛି । ଅନ୍ୟ ପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନରେ ଆସିବା ନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here