କେନ୍ଦ୍ରୀୟ ଯୋଜନା ବାଟମାରଣା ଓ ବିଭିନ୍ନ ସମସ୍ଯାକୁ ନେଇ ବୁରୁଝୁରୀ ପଞ୍ଚାୟତରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ।

0
202

ବ୍ରହ୍ମପୁର,୧୯/୧୨/୨୦୨୨ (ଟୁକୁନା ପ୍ରଧାନ) କେନ୍ଦ୍ରୀୟ ଯୋଜନା ବାଟମାରଣା ଏବଂ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ଯାର ସମାଧାନ ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା, ଦଳୀୟ ପଦାଧିକାରୀ ଓ ସାଧାରଣ ଜନତା ଏହି ଘେରାଉରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତରେ ତୁରନ୍ତ ଧାନମଣ୍ଡି ଖୋଲାଯିବା ସହ ଏହାର ପରିଚାଳନା ସାଂଗକୁ ଉପଯୁକ୍ତ ମୂଲ୍ୟରେ ଧାନ କ୍ରୟ କରିବାକୁ ଦାବି କରାଯାଇଛି। ପାନୀୟ ଜଳର ସମସ୍ଯାକୁ ସମାଧାନ କରିବା ପାଇଁ ପ୍ରତି ଘରେ ଘରେ ଜଳ ଯୋଗାଣ, ରାସନ କାର୍ଡର ଅନିୟମିତତା, ସଠିକ୍ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, କିଶାନ ସମ୍ମାନ ନିଧି ଯୋଜନାରେ ଏହି ପଞ୍ଚାୟତର ଚାଷୀମାନଙ୍କ ନାମ ପଞ୍ଜୀକରଣ, କେନାଲକୁ ସଂପ୍ରସାରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ଯ ହିତାଧିକାରୀ ଚୟନ, ବୁରୁଝୁରୀ ପଞ୍ଚାୟତର କୌଣସି ପୋଖରୀକୁ ଆଦର୍ଶ ପୋଖରୀରେ ସାମିଲ କରିବା, ଡ୍ରେନ ପୁନରୁଦ୍ଧାର ସହ ନୂତନ ଡ୍ରେନ ନିର୍ମାଣ, ପି. ନୂଆଁଗାଁ ଠାରୁ ହରିଜନ ସାହି ରାସ୍ତାର ମରାମତି, ଉଠା ଜଳସେଚନ ପ୍ରକଳ୍ପ ଓ ପଞ୍ଚାୟତରେ ଏକ କଲ୍ଯାଣ ମଣ୍ଡପ ନିର୍ମାଣ ଦାବି ଭଳି ୧୨ ଦଫା ଦାବି ନେଇ ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଏକ ଦାବି ପତ୍ର ପଞ୍ଚାୟତ ପିଇଓଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ବେଗୁନିଆପଡ଼ା ବ୍ଳକ ଓ କବିସୂର୍ଯ୍ୟନଗର ବ୍ଲକର ପ୍ରତି ପଞ୍ଚାୟତରେ ଏଭଳି ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଶ୍ରୀ ନାୟକ କହିଛନ୍ତି ।
ଏଥିରେ ରାଜ୍ଯ ସଂଯୋଜକ ରାଧାମାଧବ ପରିଡା, ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, ଧନେଶ୍ଵର ନାୟକ, ସୁଶାନ୍ତ ଜେନା, ଚିତ୍ରସେନ ସାହୁ, ତୋଫାନ ସେଠି, ବନମାଳୀ ବେହେରା, ଚନ୍ଦ୍ରମଣି ଗୌଡ, ସୀମାଞ୍ଚଳ ବାରିକ, ବନମାଳୀ ପ୍ରଧାନ, ଗୌରୀଶଙ୍କର ବାହିନିପତି, ବାପିନି ମହାରଣା, ସନ୍ତୋଷ ରାଉତ, ସନ୍ତୋଷ ସାମଲ, ରାମ ଚନ୍ଦ୍ର ନାୟକ, ଶତୃଘନ ନାୟକ, ନିରଞ୍ଜନ ଜେନା, ପପୁ ରାଉତ, ବନୁଆ ଜେନା, ଦେବରାଜ ଜେନା ସମେତ ସତାଧିକ କର୍ମକର୍ତ୍ତା ଏବଂ ସାଧାରଣ ଜନତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here