କଟକ,୨୦/୧୨/୨୦୨୨:
ସର୍ବଭାରତୀୟ ପୋଲିସ ଭଲିବଲ କ୍ଲଷ୍ଟର-୨୦୨୨ ପ୍ରତିଯୋଗିତାର ଯୋଗ ବିଭାଗରେ ପଦକ ଜିତିଥିବା ଓଡିଶା ପୋଲିସ ଯୋଗ ଟିମର ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି୍।ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ପ୍ରତିଯୋଗୀମାନେ ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବଂସଲଙ୍କୁ ସାକ୍ଷାତ କରିଥିଲେ | ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ଆର. କେ. ଶର୍ମା ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବର ଜଳନ୍ଧର ଠାରେ ଗତ ଡିସେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ୭୧ ତମ ସର୍ବଭାରତୀୟ ପୋଲିସ ଭଲିବଲ କ୍ଲଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଳାତ୍ମକ (ସିଙ୍ଗଲ) ପ୍ରତିଯୋଗିତାରେ ଏ.ଏସ.ଆଇ ଚନ୍ଦ୍ରକାନ୍ତ ବାରିକ,କଳାତ୍ମକ (ଗୃପ) ରେ ଏ.ଏସ.ଆଇ ଚନ୍ଦ୍ରକାନ୍ତ ବାରିକ, ହୃଷୀକେଶ ନାୟକ, ଅମିୟ କୁମାର ପଟ୍ଟନାୟକ, ହାବିଲଦାର ରାମଚନ୍ଦ୍ର ମହାନ୍ତି, ସିପାହୀ ଦୀପ୍ତି ରଞ୍ଜନ ମହାନ୍ତ ପ୍ରମୁଖ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିବା ବେଳେ, କଳାତ୍ମକ (ଯୋଡି) ରେ ଏ.ଏସ.ଆଇ ଚନ୍ଦ୍ରକାନ୍ତ ବାରିକ,ହାବିଲଦାର ରାମଚନ୍ଦ୍ର ମହାନ୍ତ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି | ଏହି ସାକ୍ଷାତ ସମୟରେ ଏଆଇଜି (ମୁଖ୍ୟାଳୟ) ଶ୍ରୀ ସୁରେଶ ଚନ୍ଦ୍ର ଜେନା, ମ୍ୟାନେଜର ସ୍ବଦେଶ କୁମାର
ମହାନ୍ତି, ସ୍ପୋର୍ଟ୍ ବିଭାଗର ସେକ୍ସନ ଅଫିସର ମହମ୍ମଦ ସହିଦ ଜବାର ପ୍ରମୁଖ ଉପସ୍ଥିତ ଥିଲେ।