ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ପରିକ୍ଷା ଶିବିର ଅନୁଷ୍ଠିତ

0
169

ବ୍ରହ୍ମପୁର,୨୧/୧୨/୨୦୨୨:ଅଜି ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ଣ ମୋହନ ପାଠିଙ୍କ ବାସଭବନ ଠାରେ ଓଷ୍ଟିଓପୋରୋସିସ (ଛିଦ୍ରମୟ ଅସ୍ଥି) ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା, ଭିଟାମିନ ଡି-୩, ଇଉରିକ ଏସିଡ, ହେମୋଗ୍ଲୋବିନ, ମେଦବହୁଳତା ଇତ୍ୟାଦି ପରିକ୍ଷା କରାଯାଇଥିଲା ଏବଂ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଏହି ଶିବିରିରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ବ୍ରହ୍ମପୁର ଓ ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ଏବଂ ପୋଲିସ କର୍ମଚାରୀ ତାଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡାକ୍ତର. ପାଠିଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ସୁରେଶ କୁମାର ପାଠି, ଅବସରପ୍ରାପ୍ତ ଡାକ୍ତର ବିପ୍ରଚରଣ ପାଣିଗ୍ରାହି, ଶ୍ରୀ ପୀତବାସ ରଥ, ଅବସରପ୍ରାପ୍ତ ଡାକ୍ତର ଇନ୍ଦୁଭୂଷଣ ପଟ୍ଟନାୟକ,ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here