ତୁମ୍ବୁଡା ଗ୍ରାମର ଯବାନଙ୍କ ଗୋଆରେ ଆତ୍ମହତ୍ୟା

0
305

ବ୍ରହ୍ମପୁର, ୨୧/୧୨/୨୦୨୨(ଟୁକୁନା ପ୍ରଧାନ)-:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସୌରା ଛଚିନା ପଞ୍ଚାୟତର ତୁମ୍ବୁଡା ଗ୍ରାମର ଜଣେ ଯବାନ ଗୋଆ ଠାରେ ଆତ୍ମହତ୍ୟାକରିଥିବା ଜଣାପଡ଼ିଛି। ମୃତକଙ୍କ ନାମ ଗଣେଶ ରାଉତ (୨୭)। ତୁମ୍ବୁଡା ଗ୍ରାମର ଅକ୍ଷୟ ରାଉତ ଓ କୁମୁଦିନି ରାଉତ ଙ୍କ ସାନପୁଅ ଗଣେଶ ୪ ବର୍ଷ ପୂର୍ବେ ସେନାବାହିନୀ ରେ ଯୋଗ ଦେଇ ମେଡିକାଲ ବିଭାଗରେ ନର୍ସିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। । ସେ ଅହମ୍ମଦାବାଦ ଠାରେ ଯୋଗଦେବା ପରେ ବ୍ରହ୍ମପୁରରେ ବିବାହ କରିଥିଲେ । ଗତକାଲି ସେ ଆତ୍ମହତ୍ୟା କରିଥିବା ଖବର ଘରେ ପହଂଚିବା ପରେ ଘରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଗଣେଶ କିଛିଦିନ ପାଇଁ ଛୁଟି ଆଣିଥିବା ଜଣାପଡିଛି। ଘଟଣା ଶୁଣିବା ପରେ ପରିବାର ଲୋକ ଗୋଆ ଯାଇଛନ୍ତି। ମୃତ ଗଣେଶଙ୍କ ଗୋଟିଏ ଭାଇ ଓ ୩ ଭଉଣୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here