ଉତ୍ତମ ଚିକିତ୍ସା ନିମନ୍ତେ ଜାନୁ ମାଡକାମିଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରିବାରେ ସହଯୋଗ କରିଲେ ପୂର୍ବତନ ବିଧାୟକ ମାନସ ମାଡକାମି

0
179

ମାଲକାନଗିରି,୨୨/୧୨/୨୦୨୨: ( ଏନ୍. ରବି) ଡଙ୍ଗୋସ୍କାଲ କୋମଳାପୋଦର ଗ୍ରାମର ଜାନୁ ମାଡକାମି (ବୟସ ୩୦) ସେ ପଡ଼ିଆ ବ୍ଲକ ସ୍ଥିତ ପର୍ଶନପାଲ୍ଲୀ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ପଡ଼ିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ସେଠାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଗଲା । ତେବେ ଜାନୁ ମାଡକାମିଙ୍କ ଅବସ୍ଥା ଅନେକ ଶୋଚନୀୟ ଥିବା ଦେଖି ମାଲକାନଗିରି ଜ଼ିଲ୍ଲା ବରିଷ୍ଠ ବିଜୁ ଜନତା ଦଳ ନେତା ତଥା ପୁର୍ବତନ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମି ଡାକ୍ତରଙ୍କ ସହ ଆଲୋଚନା କରି ଜାନୁଙ୍କ ଉତ୍ତମ ଚିକିତ୍ସା ନିମନ୍ତେ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଇଥିଲେ | ଏହି ଅବସର ଶ୍ରୀ ମାଡକାମିଙ୍କ ସହଯୋଗୀ କେ. ରାହୁଲ ଓ ସତ୍ୟଜିତ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here