ବୁଗୁଡ଼ା,୨୨/୧୨/୨୦୨୨: ରାଜ୍ୟ ସରକାର ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟୋଜିତ କରାଇ ନାଆଁ କମାଉଥିବା ବେଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ସାମାଜିକ ନିରାପତ୍ତା ସହ କରୁଥିବା ସେବା କାର୍ଯ୍ୟ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନରେ ଅବହେଳା କରି ଆସୁଛନ୍ତି । କରୋନା କରାଳ ସମୟରେ କର୍ମୀଙ୍କ ତ୍ୟାଗ ସହ ବିଭିନ୍ନ ତୃଣମୂଳ6⁶ ସ୍ତରର ବିକାଶ ମୂଳକ ଯୋଜନାର ସଫଳ ରୂପାୟନ କର୍ମୀଙ୍କ ଦ୍ବାରା ହାସଲ କରୁଥିବା ବେଳେ ଏମାନଙ୍କ ସ୍ୱାର୍ଥ କଥା ଉଠିଲେ ପ୍ରତାରଣା ପୂର୍ଣ୍ଣ ଅଧ୍ୟାଦେଶ ଜାରି କରି କର୍ମୀ ଓ ସହାୟିକାଙ୍କୁ ଲଲିପପ୍ ଧରାଇ ବାହାବା ନେଉଛନ୍ତୁ । ଏଥିନେଇ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହରତାଳ ମାଧ୍ୟମରେ ସରକାରଙ୍କ ଠାରେ ଦାବି କରୁଥିଲେ ମଧ୍ୟ ସରକାରଙ୍କ ଠାରେ ଏହାର ପ୍ରଭାବ ଅନୁଭୂତ ହେଉନାହିଁ । ଏହି ପରିପ୍ରେକ୍ଷୀରେ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଲେଡିସ ୱାର୍କର ଏସୋଷିଏସନ୍ ଅଙ୍ଗନୱାଡ଼ି କର୍ମୀ ସମୂହ ଭୁବନେଶ୍ୱରରେ ମାସାଧିକ ସମୟ ଧରି ଅହୋରାତ୍ର ଧାରଣାରେ ବସି ସରକାରଙ୍କ ଠାରେ ଦାବି ଉପସ୍ଥାପନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଠାରେ ଏହାର ପ୍ରଭାବ ପଡିନାହିଁ । ଏହି କାରଣରୁ ଏକ ମାସ ହେବ ମହିଳା ଓ ଶିଶୁ ସେବା ପ୍ରଦାନରେ ଅଚଳାବସ୍ଥା ସୃଷ୍ଟି କରୁଛି । ପରନ୍ତୁ ବିଏମ୍ଏସ ସଂଗଠନ ବ୍ଲକ ସ୍ତରରେ କର୍ମୀଙ୍କ ଦ୍ଵାରା ଆନ୍ଦୋଳନ ବିକ୍ଷୋଭ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ ଜାରି ରଖିଛି । ଏହି ଅବସରରେ ବୁଗୁଡ଼ା ବ୍ଲକ ଅଧିନ ଏହି ସଂଘର ବିକ୍ଷୋଭ ଜାରୀ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ଭାବେ ଗର୍ଭବତୀ , ପ୍ରସୂତି ମାଙ୍କ ଲାଗୀ ଉଦ୍ଧିଷ୍ଟ ପୃଷ୍ଟିକର ଖାଦ୍ୟ। ବଣ୍ଟନକୁ ସ୍ଵୟଂ ସହାୟକ ଗୋଷ୍ଠୀ ସହ ମିଶନ ଶକ୍ତି କର୍ମଚାରୀ , ଜନ ପ୍ରତିନିଧିଙ୍କ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ କରୁଥିବାରୁ ଏହାକୁ ସଂଘ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ବୁଗୁଡ଼ା ବ୍ଲକ ବିଏମସି ସଂଘ ସ୍ଥାନୀୟ ମହିଳା ମହାସଂଘର ସହଯୋଗ ସହ ସମର୍ଥନ ଲୋଡ଼ିଛି । ଗତକାଲି ବୁଧବାର ଦିନ ପ୍ରକଳ୍ପ କାର୍ଯ୍ୟାଳୟ ଧାରଣାସ୍ଥଳରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବୁଗୁଡ଼ା ଏନ କେ ସି ମହିଳା ମହାସଂଘକୁ ନିମନ୍ତ୍ରିତ କରି ସହଯୋଗ ସହ ସମର୍ଥନ ଲୋଡ଼ିବା ସହ ବ୍ଲକ ମହିଳା ମହାସଂଘର ସମର୍ଥନ ଲୋଡ଼ିଛି ।
ବରିଷ୍ଠ ସଦସ୍ୟା ଶ୍ରୀମତୀ ପ୍ରମୋଡ଼ିନି ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘ ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନ ,ସମ୍ପାଦିକା ଅନିତା ମିଶ୍ର , ଏମକେସି ମହିଳା ସଙ୍ଘ ସଭାନେତ୍ରୀ ଶ୍ରୀମତୀ ମନ୍ଦାକିନୀ ସ୍ୱାଇଁ , ସମାଜସେବୀ ଜ୍ୟୋତ୍ସ୍ନା କୁମାରୀ ମିଶ୍ର ପ୍ରମୁଖ ମଞ୍ଚାସିନ ରହି ଧାରଣାରତ କର୍ମୀ ସମୁହଙ୍କ ଦାବିକୁ ନେଇ ନିଜନିଜ ବକ୍ତବ୍ୟ ରଖିଥିଲେ । କର୍ମୀ ସଂଘଙ୍କ ପକ୍ଷରୁ ଆଗତ ଧାରଣା o କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଶିଶୁ , ଗର୍ଭବତୀ ଓ ପ୍ରସୂତିଙ୍କ ସେବା ଯୋଗାଣରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପାଇଁ ସରକାରଙ୍କୁ ଦାୟୀ କରି ଦାବି ହାସଲ ପାଇଁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସମୂହଙ୍କ ସହାୟତା ଓ ସମର୍ଥନ ଆଶା କରିଥିଲେ ।