ସୂଚନା ଅଧିକାର କର୍ମୀ ବିଶମ୍ବର ପାତ୍ର ଙ୍କୁ ବ୍ଳକ ପରିସରରୁ ଅପହରଣ ଘଟଣା ।ଓଡ଼ିଶା ପୋଲିସ ମୂଖ୍ୟାଳୟ ମାନବାଧିକାର ସେଲ୍ କଟକ ତରଫରୁ ବ୍ରହ୍ମପୁର ଏସପିଙ୍କ ଜିଲ୍ଲା ଗୁଇନ୍ଦା ବିଭାଗକୁ ନୋଟିସ ଓ କାର୍ଯ୍ୟାନୁଷ୍ଠାନ ତଲବ ।

0
211

ବ୍ରହ୍ମପୁର,୨୩/୧୨/୨୦୨୨:ସୂଚନା ଅଧିକାର କର୍ମୀ ବିଶମ୍ବର ପାତ୍ର ଙ୍କୁ ବ୍ଳକ ପରିସରରୁ ଅପହରଣ ଘଟଣା ମାମଲାରେ ଓଡ଼ିଶା ପୋଲିସ ମୂଖ୍ୟାଳୟ ମାନବାଧିକାର ସେଲ୍ କଟକ ତରଫରୁ ବ୍ରହ୍ମପୁର ଏସପିଙ୍କ ଜିଲ୍ଲା ଗୁଇନ୍ଦା ବିଭାଗକୁ ନୋଟିସ ଓ କାର୍ଯ୍ୟାନୁଷ୍ଠାନ ତଲବ ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୯ ତାରିଖରେ ବିଶ୍ବମ୍ବର ପାତ୍ର ନାମକ ଜଣେ ସୂଚନା ଅଧିକାର କର୍ମୀ ଏକ ସୂଚନା ଅଧିକାର ବିଷୟରେ ବିଡ଼ିଓଙ୍କ ଡାକରା ଅନୁଯାୟୀ ପ୍ରଥମ ଅପିଲର ଶୁଣାଣି ପାଇଁ ଯାଇଥିଲେ । ସେହି ସମୟରେ ବିଡ଼ିଓଙ୍କ ପ୍ରରୋଚନା ଓ ଇଙ୍ଗିତରେ କୁସୁମୀ ଡବଲ୍ ମଡର ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଅପିଲ୍ ଜାମିନରେ (Appeal Bail No. CRLA 187/2015) ଥିବା ସିଏଚ. ବାଇରୀ ପାତ୍ର ନାମକ ଜଣେ କୂଖ୍ୟାତ ଅପରାଧୀ ସ୍ପଷ୍ଟ ଦିବାଲୋକରେ ବିଡ଼ିଓଙ୍କ ଇଙ୍ଗିତରେ, ପ୍ରରୋଚନାରେ ଓ ଉପସ୍ଥିତିରେ ତାର କିଛି ସହଯୋଗିଙ୍କ ସହିତ ବ୍ଳକ ପରିସରରୁ ଅପହରଣ କରି ନେଇ ଏକ ନିର୍ଜନ ଆମ୍ବ ତୋଟାରେ ଜିବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ ସେହି ସମୟରେ ବାଇରୀ ପାତ୍ର ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଗୋଳନଥରା ଥାନାରେ ଏତଲା ନମ୍ବର ୩୪୦/୨୦୨୨ ରେ ଏକ କେସ୍ ରୁଜୁ କରାଯାଇଥିଲା । ମାତ୍ର ବାଇରୀ ପାତ୍ର ଜଣେ ସରକାରୀ ଦଳର ସ୍ଥାନୀୟ ନେତା, ବାହୁବଳୀ ଓ ଧନଶାଳୀ ବ୍ୟକ୍ତି ବିଶେଷ ହୋଇଥିବା ଯୋଗୁଁ, କୈାଣସି ନା କୋୖଣସି ଅଦୃଶ୍ୟ ଚାପର ବଶବର୍ତ୍ତୀ ହୋଇ ପୋଲିସ ପକ୍ଷରୁ କାଗଜପତ୍ରରେ ଫେରାର ଦର୍ଶାଇ ଗିରଫ କରାଯାଇନଥିଲା ଓ ସମସ୍ତ ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇବାରେ ସକ୍ଷମ ହୋଇଥିଲେ । ତେଣୁ ଏହି ଘଟଣାରେ କଟକ ଜିଲ୍ଲାର ଶ୍ରୀମାନ ଭଜମନ ବିଶ୍ବାଳ ନାମକ ଜଣେ ମାନବାଧିକାର

ରକ୍ଷକ ଦିଲ୍ଲୀ ସ୍ଥିତ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ଅଭିଯୋଗର ଗୁରୁତ୍ତ୍ଵକୁ ଉପଲବ୍ଧି କରି ଗତ ଅକ୍ଟୋବର ମାସ ୧୦ ତାରିଖରେ ମାନ୍ୟବର କମିଶନ କେସ୍ ନମ୍ବର ୩୭୦୩/୧୮/୨୨/୨୦୨୨ ଶୁଣାଣି କରି ଆସନ୍ତା ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ମାନ୍ୟବର କମିଶନ ପୁଣି ନଭେମ୍ବର ମାସ ୨୮ ତାରିଖରେ ଉକ୍ତ କେସକୁ ଶୁଣାଣି ସମୟରେ ରିପୋର୍ଟ ଦାଖଲ ହୋଇନଥିବା ଜାଣି ବିରକ୍ତି ପ୍ରକାଶ କରି ପୁଣି ଆସନ୍ତା ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହାବ୍ୟତୀତ ଏକା ସମୟରେ ଶ୍ରୀ ବିଶ୍ବାଳ ଓଡ଼ିଶା ମୂଖ୍ୟମନ୍ତ୍ରୀ, ଘରୋଇ ବିଭାଗ ସଚିବ, ମୂଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଓଡ଼ିଶାଙ୍କୁ ମଧ୍ୟ ଅଭିଯୋଗ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡ ବିଧାନ ନିମନ୍ତେ ଦାବି କରିଥିଲେ ।
ଉକ୍ତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପୋଲିସ ମହାନିର୍ଦ୍ଦେଶକ ଓଡ଼ିଶାଙ୍କ ମାନବାଧିକାର ସେଲ୍ ପକ୍ଷରୁ ଚିଠି ନମ୍ବର 7749/ HRPC/(PT) ତା 21/12/2022 ରିଗରେ ବ୍ରହ୍ମପୁର ଏସପିଙ୍କ ଜିଲ୍ଲା ଗୁଇନ୍ଦା ବିଭାଗକୁ ତଦନ୍ତ କରି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here