ପ୍ରଧାନ ଶିକ୍ଷୟତ୍ରୀ ଦେବୀ ପ୍ରସାଦିନି ପଣ୍ଡାଙ୍କ ଅବସର ଗ୍ରହଣ : ପେନସନ ସମନ୍ଧୀୟ କାଗଜାତ ପ୍ରଦାନ ସହ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଶିକ୍ଷାଧିକାରୀ

0
202

ବ୍ରହ୍ମପୁର ୦୩/୦୧/୨୦୨୩ :ଗଞ୍ଜାମ ଶିକ୍ଷାଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଳକ ସଦରରେ ଥିବା ତୁଳସା ଦେବୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦେବୀ ପ୍ରସାଦିନି ପଣ୍ଡା ଗତ ଡିସେମ୍ବର ମାସ ଅନ୍ତିମ ତାରିଖରେ ଅବସର ଗ୍ରହଣ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଦେବୀ ପ୍ରସାଦିନୀ ପଣ୍ଡାଙ୍କୁ ଅବସରକାଳୀନ ପେନସନ କାଗଜାତ ପ୍ରଦାନ ସହ ଜିଲ୍ଲା ଶିକ୍ଷାଧିକାରିଣୀ ଶ୍ରୀମତୀ ବିନିତା ସେନାପତି ଶ୍ରୀମତୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି I ପାତ୍ରପୁର ସ୍ଥିତ ତୁଳସୀ ଦେବୀ ବାଳିକା ବିଦ୍ୟାଳୟରେ ଦୀର୍ଘଦିନ ଧରି ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ରହି ଶ୍ରୀମତୀ ବୀର ପ୍ରସାଦିନୀ ପଣ୍ଡା ନିଜ ଶିକ୍ଷାଦାନ ସହ ଛାତ୍ର ବତ୍ସଳ ସହ କର୍ତ୍ତବ୍ୟବୋଧ ଭାବଧାରାର ଧର୍ମ ପରାୟଣ ମହିଳା ଭାବରେ ସୁନାମ ଅର୍ଜନ କରିଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷାର୍ଥୀଙ୍କ ସହ ସର୍ବଦା ସମନ୍ୱୟ ଭାବ ବଜାୟ ରଖି ଦୀର୍ଘ ୩୪ବର୍ଷ ଶିକ୍ଷାଦାନର ଅନୁଭୂତି ନେଇ ସେ ଅବସର ନେଇଥିବାରୁ ଉକ୍ତ ଶିକ୍ଷାନୁଷ୍ଠାନରେ ଶ୍ରୀମତୀ ପଣ୍ଡାଙ୍କ ଅବଦାନ ଅତୁଳନୀୟ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସେନାପତି ପ୍ରତିକ୍ରିୟା ରଖିଛନ୍ତି l ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ସମୟର ଶୁଭକାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here