ବ୍ରହ୍ମପୁର,୦୩/୦୧/୨୦୨୩:
ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରାୟୋଜିତ ତଥା ଓଡ଼ିଶାରେ ଖେଳାଯାଉଥିବା ଆଗାମୀ ହକି ପୁରୁଷ ବିଶ୍ଵକପ ୨୦୨୩ ପାଇଁ ସ୍ଥାନୀୟ ମହାମାୟୀ ମହିଳା ବିଦ୍ୟାଳୟ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ଉପଲକ୍ଷେ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଗତ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଡଃ ଏସ୍. ନାରାୟଣ ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ରାଲି ବାହାରି ସହସ୍ରାଧିକ ଛାତ୍ରୀ ଙ୍କ ଉପସ୍ଥିତି ରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଠି କରିଥିଲେ। ଏଥିରେ ଅଧ୍ୟକ୍ଷଙ୍କ ସମେତ ଡଃ ସନ୍ତୋଷ ଚୌଧୁରୀ, ଡଃ ରମେଶ ପ୍ରଧାନ, ତଃ ସୁବ୍ରତ ପଣ୍ଡା, ଡଃ ମଞ୍ଜୁକ୍ତା ପାତ୍ର, କବିତା ଶତପଥୀ, ଶ୍ରୀଜା ମିଶ୍ର, ବାଣୀ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପଟ୍ଟନାୟକ ଏବଂ କଲେଜ ର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ । ତତ୍ ସହିତ ଦୁଇ ଦିନ ଧରି ସମସ୍ତ ଛାତ୍ରୀ କଲେଜ ପରିସରରେ ରଙ୍ଗୋଳି ଆଙ୍କି ହକି ବିଶ୍ଵକପ୍ ରେ ଭାରତ କୁ ବିଜୟ ଲାଭ କରିବାକୁ ପ୍ରୋସାହିତ କରିଥିଲେ ।