ସାନଖେମୁଣ୍ଡି, ୦୪/୦୧/୨୦୨୩ : ଗ୍ରାମାଞ୍ଚଳ କ୍ରୀଡା ଭିତ୍ତିଭୂମିରେ ଭଲିବଲ ଟୁର୍ଣ୍ଣାମେଣ୍ଟର ଗୁରୁତ୍ଵ ରହିଛି । ଭଲି ବଲର ଲୋକପ୍ରିୟତା ବଜାୟ ରଖିବାକୁ ଏହା ଏକ ମାଧ୍ୟମ ଭାବେ ଗଣଯାଉଛି । ଅଞ୍ଚଳ ଭିତ୍ତିରେଏହି ଖେଳକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ ଜାରି ରଖିଥିବା ପ୍ରାକ୍ତନ ଯୁବ ଖେଳାଳି ସ୍ୱର୍ଗତ ଅଶୋକ ପାତ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିବା ଡେଙ୍ଗାଡିର ଦ୍ଵିତୀୟ ଅଶୋକ ମେମୋରିଆଲ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି I ଆୟୋଜିତ ଏହି ଉଦଯାପନ ଦିବସ ସମାରୋହକୁ ସମାଜସେବୀ ରଞ୍ଜିତ କୁମାର ପଣ୍ଡା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନାଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ , ମୁଖ୍ୟବକ୍ତା ଭାବେ କଲୁ ଚରଣ ସେଠୀଙ୍କ ସହ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ , ବିନୋଦ ବିହାରୀ ପ୍ରଧାନ , ଅଜିତ ପାଢ଼ୀ , ଯୁବ ସଂଗଠକ ପବିତ୍ର କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ ।ଉପସ୍ଥିତ ଅତିଥି ବୃନ୍ଦ ନିଜନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳ କ୍ରୀଡ଼ାରେ ଭଲିବଲ ଖେଳର ଉପାଦେୟତା ଓ ଆବଶ୍ୟକତା ନେଇ ବକ୍ତବ୍ୟ ରଖିଥିଲେ । ଗ୍ରାମ ଯୁବଗୋଷ୍ଠୀଙ୍କ ଭଲିଖେଳ ପ୍ରତି ଥିବା ଆସକ୍ତିରୁ ସମାଜକୁ ମିଳୁଥିବା ଅଦୃଶ୍ୟ ସାଧନ ସମ୍ପର୍କରେ ଅନୁପ୍ରାଣିତ କରିଥିଲେ ।ପରିଶେଷରେ ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ଅର୍ଜନ କରିଥିବା ଚମ୍ପିୟାନ ଏବଂ ରନର ଦଳକୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ସିଲଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ରାମାନୁଜ ପାଠାଗାର ସଭାପତି ଗୌରୀ ଶଙ୍କର ସ୍ୱାଇଁ, ସମ୍ପାଦକ ବିଦ୍ୟାଧର ପ୍ରଧାନଙ୍କ ସହ ବ୍ରଜେଶ କୁମାର ପ୍ରଧାନ ବିଦେଶୀ ସାହୁ ,, ଜ୍ୟୋତିରଂଜନ ପାତ୍ର ଏବଂ ଗ୍ରାମ ବୁଦ୍ଧିଜୀବୀ ପ୍ରମୁଖ ପରିଚାଳନା ଗତ ସହଯୋଗ କରିଥିଲେ ।