ମୌଳାଭଞ୍ଜା ଗୋପବନ୍ଧୁ ଶିକ୍ଷା ସଦନର ଊନବିଂଶତମ ବାର୍ଷିକ ଉତ୍ସବ ପାଳିତ

0
168

ବ୍ରହ୍ମପୁର , ୦୪/୦୧/୨୦୨୩ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳଭଞ୍ଜା ସ୍ଥିତ ଗୋପବନ୍ଧୁ ଶିକ୍ଷା ସଦନର ଉନବିଂଶତମ ବାର୍ଷିକ ଉତ୍ସବ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନ ଶିକ୍ଷାର୍ଥୀଙ୍କ ସହ ଅଭିଭାବକ ମଣ୍ଡଳୀଙ୍କ ବ୍ୟତୀତ ଅଞ୍ଚଳ ବୁଦ୍ଧିଜିବୀ ବ୍ୟକ୍ତିତ୍ଵଙ୍କ ସମାବେଶରେ ଆୟୋଜିତ ଏହି ପାଳନ ଉତ୍ସବକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଶେଷଦେବ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସିମାଞ୍ଚଳ ରଥ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ବରାଡ ଯୋଗଦେଇ କୋମଳମତି ଶିକ୍ଷାର୍ଥୀଙ୍କୁ ଶିକ୍ଷା ଗ୍ରହଣରେ କଠିନ ପରିଶ୍ରମର ସାର୍ଥକତାକୁ ନେଇ ଅନୁପ୍ରାଣିତ ଧାରାରେ ଦିଗଦର୍ଶନ ପ୍ରଦାନ କରିଥିଲେ । ସମ୍ମାନନୀୟ ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ପ୍ରଦତ୍ତ ବକ୍ତବ୍ୟରେ ଘୋପବନ୍ଧୁ ଶିକ୍ଷା ସଦନର ଆବିର୍ଭାବ ଅଞ୍ଚଳରେ ସଂସ୍କାରଗତ ଶିକ୍ଷା ପ୍ରଦାନରେ ରଖିଥିବା ସ୍ଵତନ୍ତ୍ରତାକୁ ନେଇ ଉଚ୍ଚ ପ୍ରଶଂସିତ କରିଥିଲେ । ଅନ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ମଣ୍ଡଳ ଶିକ୍ଷା ବିକାଶ ସଂସ୍ଥାନ ପ୍ରମୁଖ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରକାଶ ମିଶ୍ର , ଶିକ୍ଷା ସଦନର ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ବେହେରା , ମୌଲାଭଂକା ସରପଞ୍ଚ ଶ୍ରୀମତୀ ବର୍ଷା ସେଠୀ , ନାଏବ ସରପଞ୍ଚ ଶ୍ରୀ ବିଟୁ ଗୌଡ଼ , ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ଶ୍ରୀ ରାଜୀବ ଲୋଚନ ପାତ୍ର , ସରପଞ୍ଚ ପ୍ରତିନିଧି ଶ୍ରୀ ପିଣ୍ଟୁ ସେଠୀ , ସମାଜସେବୀ ଶ୍ରୀ ବିନୋଦ କୁମାର ନାୟକ , ପୂର୍ବତନ ସମିତି ସଭ୍ୟ ଶ୍ରୀ ତୋଫାନ ସ୍ୱାଇଁ , ଶ୍ରୀ ଅରକ୍ଷିତ ପାତ୍ର , ପୂର୍ବତନ ଜି୍ଲାପରିଷଦ ଶ୍ରୀ ଗଦାଧର ସ୍ୱାଇଁ , ଶ୍ରୀ ଦୁର୍ଗାମାଧବ ସାହୁ ପ୍ରମୁଖଙ୍କ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ରସାଣିତ କରିଥିଲେ । ଆୟୋଜିତ ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା କପ୍ ଓ ମାନପତ୍ର ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ଶିକ୍ଷାର୍ଥୀଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶାତ୍ମବୋଧ ସଙ୍ଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l ଆୟୋଜିତ ଏହି ପାଳନ ଉତ୍ସବର ମଞ୍ଚ ପରିଚାଳନାରେ ସମ୍ପାଦକ ଡ଼ଃ ଶେଷଦେବ ପଣ୍ଡା ଦାୟିତ୍ଵ ନେଇଥିବା ବେଳେ ଗୁରୁଜୀ କୃତିବାସ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହା ସହିତ ଗୁରୂମା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ, ଶ୍ରୀମତୀ ଲକି ମହାରଣା ସ୍ବାଗତ ସଙ୍ଗୀତ ପରିବେଷଣ କରିଥଲେ । ଅନୁଷ୍ଠାନର ଗୁରୂଜି ଦାମୋଦର ସେଠୀ, ଧର୍ମେନ୍ଦ୍ର ଦୋରା , ଗୁରୁମା ରିତୁମ୍ବରି ବେହେରା, ସୁଚିତ୍ରା ରଥ , ଲିଜା ସ୍ମିତା ପାଢୀ , ବି.ହରପ୍ରିୟା ଦୋରା , ତପସ୍ଵିନୀ ବେହେରା , ନନ୍ଦିନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ ।

LEAVE A REPLY

Please enter your comment!
Please enter your name here