ମନୋଜ ରଥଙ୍କ ଶୁଭକାମନା ଟ୍ରଷ୍ଟର ବଦାନ୍ୟତା : ପୁଣି ଧରାକୋଟ ଅଞ୍ଚଳ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଗ୍ରହଣ !

0
258

ବ୍ରହ୍ମପୁର , ୦୪/୦୧/୨୦୨୩ , ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ସଫଳତା ନେଇ ସରକାର ଲୋକ ସମ୍ପର୍କ ସହ ସ୍ବେଚ୍ଛାସେବୀ ସଂଗଠନ ଏବଂ ସେବା ପ୍ରଦାନକାରୀ ସଂସ୍ଥାର ସହଯୋଗିତାକୁ ପ୍ରାଥମିକତା ଦେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ଯକ୍ଷ୍ମା ରୋଗୀଙ୍କ ସେବା ଦାୟିତ୍ଵ ଗ୍ରହଣ କରିବାକୁ ବିଭିନ୍ନ ସେବାନୁଷ୍ଠାନ ଆଗଭର ହେଉଥିବା ଦେଖିବାକୁ ମିଳିଛି । ଏହି ସ୍ଥିତିରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ସମାଜସେବୀ ମନୋଜ କୁମାର ରଥଙ୍କ ଶୁଭକାମନା ଟ୍ରଷ୍ଟ ପକ୍ଷରୁ ଧରାକୋଟ ବ୍ଲକ ପରିସର ଅନ୍ତର୍ଭୁକ୍ତ ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ଉତ୍ତମ ସେବା ଓ ପରିପୂରକ ସୁଷମ ପୃଷ୍ଟିକର ସାଧନ ଯୋଗାଇବାକୁ ପୋଷ୍ୟ ଗ୍ରହଣ କରାଯାଇଥିବା ନେଇ ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟାଳୟ ପକ୍ଷତୁ ସୂଚନା ମିଳିଛି । ଏହି ଅବସରରେ ଆଜି ଶୁଭକାମନା ଟ୍ରଷ୍ଟ ମୁଖ୍ୟ ସମାଜସେବୀ ମନୋଜ କୁମାର ରଥ ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ଼ା ଅବନୀ ପାତ୍ର , ଡିପିପିଏମ୍ ସୁଧିରକାନ୍ତ ବେହେରା , ଡିପିସି ବିଦେଶୀ ସାହୁଙ୍କ ମିଳିତ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଉମାକାନ୍ତ ମିଶ୍ରଙ୍କ ଠାରୁ ଧାର୍ଯ୍ୟ ସେବା ପ୍ରଦାନର ଅନୁମତି ପ୍ରାପ୍ତ କରିଛନ୍ତି । ଜଣେ ବିଶିଷ୍ଟ ସମାଜସେବୀ ଭାବରେ ଶ୍ରୀ ମନୋଜ କୁମାର ରଥ ଶ୍ରୀରାମ ଚାରିଟେବଲ୍ ଟ୍ରଷ୍ଟ ସହ ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଟନ୍ତି । ଶୁଭକାମନା ଟ୍ରଷ୍ଟ ମାଧ୍ୟମରେ ସେ ଅଞ୍ଚଳର ସମାଜସେବା କାର୍ଯ୍ୟକୁ ପ୍ରତିପାଦିତ କରିଥାନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ସୁନାବେଡ଼ା ସହ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଯକ୍ଷ୍ମା ରୋଗୀଙ୍କୁ ସେ ପୋଷ୍ୟ ଗ୍ରହଣ କରି ସେବା ଯୋଗାଉଥିବା ବେଳେ ସମ୍ପ୍ତରି ଧରାକୋଟ ବ୍ଲକର ଦାୟିତ୍ଵ ନେଇଥିବାରୁ ଅଞ୍ଚଳର ସ୍ୱାସ୍ଥ୍ୟସେବା ଜନିତ କାର୍ଯ୍ୟକ୍ରମ ନେଇ ମନୋଜ ରଥଙ୍କ ଅନୁରକ୍ତିକୁ ଅଞ୍ଚଳ ବୁଦ୍ଧିଜୀବୀ ମହଲ ଉତ୍ସାହିତ ଥିବା ଜଣାପଡିଛି । ଟ୍ରଷ୍ଟ ସମ୍ପାଦକ ଡା ଆକାଶ କୁମାର ରଥଙ୍କ ତତ୍ତ୍ଵାବଧାନରେ ଶୁଭକାମନା ‘ ‘ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ବ୍ଲକରେ ସେବା କ୍ଷେତ୍ରରେ ପ୍ରବେଶ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଯକ୍ଷ୍ମା ରୋଗୀଙ୍କୁ ପରିପୂରକ ସୁଷମ ପୃଷ୍ଟିକର ଖାଦ୍ୟ ଯୋଗାଇ ସେମାନଙ୍କ ସେବା ଦାୟିତ୍ଵ ଗ୍ରହଣ କରିଥିବାରୁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା ଏମ ଭି କେ ଅଶୋକ ଏବଂ ବରିଷ୍ଠ ଯକ୍ଷ୍ମାରୋଗ ନିରୀକ୍ଷକ ପ୍ରଭାକର ଶତପଥୀଙ୍କ ସହ କର୍ମଚାରୀ ସମୂହ ସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here