ତପ୍ତପାଣି ଘାଟିରେ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ : ୧୦ ଆହତ

0
225

ବ୍ରହ୍ମପୁର , ୦୫/୦୧/୨୦୨୩: ରାଜ୍ୟ ସଡକ ପରିବହନର ପ୍ରମୁଖ ଦୁର୍ଘଟଣା ପ୍ରବଣ ତପ୍ତପାଣି ଘାଟି ରାସ୍ତାରେ ଆଜି ପୁଣି ଏକ ଆକସ୍ମିକ ଦୁର୍ଘଟଣା ଘଟିଛି । ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଆସୁଥିବା ଲକ୍ଷ୍ମୀ ନାମକ ଏକ ଘରୋଇ ବସର ବ୍ରେକ ଫେଲ କାରଣରୁ ତପ୍ତପାଣି ନିକଟ ପାଳୁଖୋଳା ଘାଟି ବୁଲାଣିରେ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ଯାତ୍ରୀ ଅଳ୍ପକେ ବାର୍ତ୍ତିଯାଇଥିଲେ ମଧ୍ୟ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ପାଟପୁର ଥାନା ପକ୍ଷରୁ ପୋଡାମାରୀ ଫାଣ୍ଡି ଅଧିକାରୀ ଏବଂ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ତତ୍କାଳ ଦୂର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ପଠେଇଥିବା ଜଣା ପଡ଼ିଛି । ଆହତଙ୍କୁ ଉଦ୍ଧାର ସହ ଦୁର୍ଘଟଣାର ଆନୁଷଙ୍ଗିକ ତଦନ୍ତ କରାଯାଉଥିବା ନେଇ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here