କୁକୁଡ଼ାଖଣ୍ଡିର ଅଫିସର ରାଜ, ଆଟାକ୍ ମୁଡ଼ରେ ପଞ୍ଚାୟତ ଜନପ୍ରତିନିଧି : ପ୍ରଶ୍ନବାଣରେ ଘାଇଲା ହେଲେ ପାନୀୟ ଜଳ , କୃଷି ଓ ଯୋଗାଣ ଅଧିକାରୀ ।

0
245

ବ୍ରହ୍ମପୁର , ୦୬/୦୧/୨୦୨୩ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚିତ ଜିଲ୍ଲା ହିସାବରେ ଗଞ୍ଜାମ ତାର ସ୍ଵତନ୍ତ୍ର ଆଖ୍ୟା ରଖିଥିଲା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଦଳୀୟ ବିଧାୟକ , ମନ୍ତ୍ରୀଙ୍କ ସହ ଦୁର୍ନୀତିଖୋର ପ୍ରଶାସକ ଏବଂ କର୍ମଚାରୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ମଧ୍ୟ ଅପବାଦ ରହିଛି । ଶାସକ ବିଜେଡିର ମଜବୁତ୍ ସ୍ଥିତି ଜାହିର କରିବାକୁ ସରକାର ଖୁଲମଖୁଲା ଏହି ବଛାବଛା ଦୁର୍ନୀତିଖୋର ଅଧିକାରୀଙ୍କୁ ବ୍ଲକ ସ୍ତରରେ ମୁତୟନ କରି ଜିଲ୍ଲାର ବିକାଶ ନାଁରେ ଚରମ ବିନାଶ କରାଇଥିବା ସାଧାରଣରେ ଅଭିଯୋଗ ହେଉଅଛି । ଜିଲ୍ଲାରେ ଥିବା ପଞ୍ଚାୟତ ସମିତି ଗୁଡ଼ିକୁ ଯେନତେନ ହଟେଇବା ପରେ ନିୟମିତ ସମିତି ବୈଠକ କରୁନଥିବା,ସମିତିର ବଜେଟ ବ୍ୟୟ ଅଟକଳକୁ ସଦସ୍ୟଙ୍କ ଅଗୋଚରେ ରେ ରଖିବା , ପଞ୍ଚାୟତ ରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟଧାରାରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ ନ କରି ସୁଚିନ୍ତିତ ଢଙ୍ଗରେ ହରିଲୁଟ୍ କରୁଥିବାରୁ ଏମାନଙ୍କ ଠାରେ ଆକ୍ରୋଶ ଭାବ ଦେଖିବାକୁ ମିଳୁଛି ।ଏହି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଥିବା ୨୨ ଗୋଟି ବ୍ଲକରେ ତୃତୀୟ ମହଲାର ଅଲିଖିତ ଫତୱା ଖାତିରରେ କୌଣସି ସ୍ଥିତିରେ ନିୟମିତ ସମିତି ବୈଠକ କରା ନଯାଇ ପ୍ରଶାସନିକ ମନମାନିରେ ନିର୍ଦ୍ଧୁମ ହରିଲୁଟ ମଧ୍ୟ ହେଉଥିବା ଅଭିଯୋଗ ହେଉଅଛି ।ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ସମିତିରେ କୌଣସି

ସମିତି ବୈଠକ ନହେବା ନେଇ ବାରମ୍ବାର ଅଭିଯୋଗ ପରେ ଦୀର୍ଘ ୯ ମାସର ବ୍ୟବଧାନରେ ଆଜି ଦ୍ଵିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଛି ।ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କú ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡ଼ିଓ ପଲ୍ଲବୀ ସ୍ୱାଇଁ ,ବିଧାୟକ ପ୍ରତିନିଧି ଉଦୟ ବେହେରା ,ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ମଞ୍ଚାଷିନ ରହି ବ୍ଲକ ଓ ଲାଇନ୍ ଅଧିକାରୀଙ୍କ ସହ ସମିତି ପ୍ରତିନିଧିଙ୍କ ବିଷୟାଗତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉପସ୍ଥିତ ବହୁ ଜନପ୍ରତିନିଧି ନିଜ ଆଭିମୁଖ୍ୟ ଏବଂ ଅଭିଯୋଗ ପ୍ରକାର କୁକୁଡ଼ାଖଣ୍ଡି ବ୍ଲକ ସମ୍ପ୍ରତି ଦୁର୍ନୀତିର ଗନ୍ତାଘର ହୋଇଥିବାରୁ ବ୍ଲକରେ ହେଉଥିବା ଦୁର୍ନୀତିକୁ ଘଣ୍ଟ ଘୋଡେଇବା ପାଇଁ ବ୍ଲକ ଅଧ୍ୟକ୍ଷ ସମିତି ବୈଠକ କରୁନଥିବା ନେଇ ଅଭିଯୋଗ କରିଥିଲେ ।ପଞ୍ଚାୟତରାଜ ବ୍ୟବସ୍ଥା ନିୟମ ପ୍ରକାରେ ପ୍ରତି ଦୁଇ ମାସରେ ବ୍ଲକ ଅଧ୍ୟକ୍ଷ ଏହି ସମିତି ବୈଠକ ଡାକିବା ନିୟମ ରହିଥିଲେ ମଧ୍ୟ “ଚୋର ମୁହଁ ଟାଣ ଭଳି” କୁକୁଡ଼ାଖଣ୍ଡି ବ୍ଲକରେ ହେଉଥିବା ଦୁର୍ନୀତିକୁ କାଳେ ପିଆର୍ ମେମ୍ବର ମାନେ ଜାଣି ଯିବାର ଭୟରେ ସମିତି ବୈଠକ ଦିନକୁ ଦିନ ଜାଣି ଶୁଣି ଗଡାଇ ଚାଲିଥିବା ନେଇ ବିଦ୍ରୁପ କରିଥିଲେ ।ଏ ନେଇ ବ୍ଲକ ⁹ସମିତି ମେମ୍ବର ସମୂହ ବିଡ଼ିଓଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କିଛି ଫାଇଦା ହୋଇନଥିଲା ।ପରିଶେଷରେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଭେଟି ସମିତି ବୈଠକ ନିମନ୍ତେ ଦାବି କରିବାରୁ ଆଜି ଚାପ ବଶତଃ ଦ୍ଵିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଆଜିର ଏହି ବୈଠକରେ କୃଷି ଅଧିକାରୀ ବିଶ୍ୱରଞ୍ଜନ ବେହେରା କୃଷକଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମନ୍ଧରେ ଉଲ୍ଲେଖ କରୁଥିବା ବେଳେ ଜଗଦଳପୁର ସମିତିସଭ୍ୟ ବି.ରବୀନ୍ଦ୍ର ପାତ୍ର ବ୍ଲକ କୃଷି ବିଭାଗ ପଞ୍ଚାୟତ ଜନପ୍ରତିନିଧି ଏବଂ କୌଣସି କୃଷକଙ୍କୁ ସୂଚନା ନକରି କୃଷକ ମେଳା କରାଯାଉଥିବା ଅଭିଯୋଗ କରିଥିଲେ । କୃଷି ବିଭାଗ କୃଷକ ମେଳା ବଦଳରେ ତ୍ରିନାଥ ମେଳା କରୁଥିବା ନେଇ ଆକ୍ଷେପ କରିଥିଲେ । ସେହିଭଳି ଲୁଚାପଡା ସମିତି ସଭ୍ୟ ଚଣ୍ଡି ଚରଣ ସାହୁ, ବାଘଲଟି ସମିତି ସଭ୍ୟ ସାରଥୀ ପ୍ରସାଦ ଗୋୖଡ ସ୍ଥାନୀୟ ଅଞ୍ଚଳର ଚାଷୀ ସମୂହ ବିଭାଗ ଠାରୁ କୌଣସି ସୁବିଧା ପାଉନଥିବା ଅଭିଯୋଗ କରିଥିଲେ । ଅନୁଷ୍ଠିତ ବୈଠକରେ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀଙ୍କ କମିସନୀଖୋରି ଆଭିମୁଖ୍ୟରୁ ବ୍ଲକରେ ନିମ୍ନ ମାନର ପ୍ରକଳ୍ପ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଥିଲା । ଏହା ସହିତ ପଞ୍ଚାୟତ ପ୍ରତିନିଧି ମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଧାନ ସଂଗ୍ରହ ଓ ମଣ୍ଡି ପରିଚାଳନାର ମିଲରଙ୍କ ସହ ବିଭାଗର ଗଠବନ୍ଧନକୁ ନେଇ ପ୍ରବଳ ବିରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here