ବ୍ରହ୍ମପୁର,୦୬/୦୧/୨୦୨୩: ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ଶୁକ୍ରବାର ଆଶିଷ ଅଂଶୁମାନ ସୌଖିନ କଳାକାର ନାଟ୍ୟ ସଂଘର ପ୍ରତିଷ୍ଠା ଦିବସ ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ସଙ୍ଗିତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷାବିତ କେ.କୃଷ୍ଣମୂର୍ତ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସଂଘର ପ୍ରତିଷ୍ଠା ଦିବସ ଓ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ରେ “ସମୃଦ୍ଧ ସମାଜ ଗଠନରେ ନାଟକର ସକାରାତ୍ମକ ଭୂମିକା”ବିଷୟ ସମ୍ବଳିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ନାଟକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଉପସ୍ଥିତ ନାଟ୍ୟ ପ୍ରତିଭା ମାନେ ପ୍ରକାଶ କରିଥିଲେ । ବରିଷ୍ଠ ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ରଙ୍କୁ ଚଳିତ ବର୍ଷର ଆଶିଷ ଅଂଶୁମାନ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସାସମଲ,ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ସାହୁ,କୃଷ୍ଣଚନ୍ଦ୍ର ପଣ୍ଡା,କୈଳାଶ ପାଣିଗ୍ରାହୀ, ନଳିନୀ ଗୌଡ଼,ଦୀନବନ୍ଧୁ ଶତପଥୀ, ସିଏଚ.ଦେବଦାସ,ସୁଶାନ୍ତ ପାଣିଗ୍ରାହୀ,ସତ୍ୟବାଦୀ ଗୌଡ଼,ଅଜିତ ବାରିକ,ନିରୁପାରାଣୀ ପାଢ଼ୀ ଓ ଅଂଶିକା ଅନ୍ବିତ। ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।