ବ୍ରହ୍ମପୁର, ୦୮/୦୧/୨୦୨୩:ଓଡିଶା ବିଜୁଳି କର୍ମଚାରୀ ସଂଘ ଏକମାତ୍ର ସଂଘ ଯିଏକି ରାଜ୍ୟ ବାସୀଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ ବାରମ୍ବାର ଆନ୍ଦୋଳନ କରିଆସିଛିଏବଂ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବାପାଇଁ ବିଦ୍ୟୁତ୍ ବିଭାଗରେ ଯେଉଁ କର୍ମଚାରୀ ଅହରହ ପରିଶ୍ରମ କରୁଛନ୍ତି ସେମାନଙ୍କ ସ୍ବାର୍ଥ ରକ୍ଷାପାଇଁ ମଧ୍ୟ ଏହି ସଂଘ ବାରମ୍ବାର ଆନ୍ଦୋଳନ କରିଆସିଛି ।
ବର୍ତ୍ତମାନର ପରିସ୍ଥିତିରେ ବିଦ୍ୟୁତ୍ ବିଭାଗ (ଟି.ପି.ଏସ୍.ଓ.ଡ଼ିଏଲ୍) କେବଳ ଠିକା କର୍ମଚାରୀମାନଙ୍କ ଉପରେ ନିର୍ଭର କରି ଚାଲିଛି କିନ୍ତୁ ଅନ୍ୟପଟେ ସେହି ଠିକା କର୍ମଚାରୀଙ୍କୁ କୁଠାରଘାତ କରି କମ୍ପାନୀ ତାର ନିଜସ୍ବ ଆୟ ବଢ଼ାଇଚାଲିଛି। ବିଦ୍ୟୁତ୍ ବିଭାଗର ଘରୋଇକରଣ ପୂର୍ବରୁ ଯାହା ୧୯୯୯ ମସିହାରେ (ଦକ୍ଷିଣ ଓଡ଼ିଶାରେ)ଗ୍ରାହକ ସଂଖ୍ୟ ୨,୬୯.୦୦୦ ଥିବାବେଳେ ସେବା ଯୋଗାଇଁଦେବା ପାଇଁ ନିୟମିତ କର୍ମଚାରୀ ୪୪୦୦ ଥିଲେ ।
ବର୍ତ୍ତମାନ ୨୦୨୨ ମସିହାର ଗ୍ରାହକ ସଂଖ୍ୟା ୨୪,୦୦୦୦୦ ରୁ ଉର୍ଦ୍ଧ୍ଵ ଥିବା ସତ୍ତ୍ଵେ ନିୟମିତ କର୍ମଚାରୀ ୧୦୦୦ ରୁ କମ୍ ଏବଂ ଠିକା କର୍ମଚାରୀ ପ୍ରାୟ ୩୦୦୦ ଅଛନ୍ତି (ଯାହା ୨୦୨୦ ସୁଦ୍ଧା ଥିବା ଖାଲିଥିବା ସ୍ଥାନଠାରୁ କମ୍ । ସେହିପରି ୩୩/୧୧ କେ.ଭି. ଲାଇନ୍ ଏବଂ ସବ୍ଷ୍ଟେସନ ସଂଖ୍ୟା ୬ ରୁ ୭ ଗୁଣ ବୃଦ୍ଧି ଘଟିଛି
କିନ୍ତୁ ଲୋକଙ୍କ ସେବା ଯୋଗାଇ ଦେବାପାଇଁ ଉପଯୁକ୍ତ କର୍ମଚରୀ ସଂଖ୍ୟାରେ ଘୋର ଅଭାବ ରହିଛି । ଯେଉଁ କିଛି ଠିକା କର୍ମଚାରୀ ବିଦ୍ୟୁତ୍ ଭଳି ସଂସ୍ଥାରେ ନିଜର ଜୀବନକୁ ଜଳାଞ୍ଜଳି ଦେଇ ଦିବାରାତ୍ର ପରିଶ୍ରମ କରୁଛନ୍ତି ସେହିମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଏହି ସଂଘ ଦୀର୍ଘ ୧୧ ମାସ କାଳ ଆନ୍ଦୋଳନ କରିବା ପରେ ଗଞ୍ଜାମ ଜିଲ୍ଲାପାଳ ହସ୍ତକ୍ଷେପ କରି ଗତ ତା. ୧୯.୦୪.୨୦୨୨ ରିଖ ଦିନ ବ୍ରହ୍ମପୁର ବିଧାୟକଙ୍କ ଉପସ୍ଥିତିରେ ଟି.ପି.ଏସ୍.ଓ.ଡି.ଏଲ୍. ର କର୍ତ୍ତୃପକ୍ଷ ଏବଂ ବିଜୁଳି କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କର ଏକ ମିଳିତ ବୈଠକ ଡ଼କାଇ ସମସ୍ତଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଚିଠି ନଂ. ୧୫୧୪ ତା. ୧୦.୦୫.୨୦୨୨ ଦିନ ଟି.ପି.ଏସ୍.ଓ.ଡ଼ି.ଏଲ୍.ର କର୍ତ୍ତୃପକ୍ଷଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜାରୀ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଆଦେଶକୁ କାର୍ଯ୍ୟକାରୀ କରିନାହାଁନ୍ତି । ଏହି ସମୟ ମଧ୍ୟରେ ବିଜୁଳି କର୍ମଚାରୀ ସଂଘ ତରଫରୁ ମଧ୍ୟ ବାରମ୍ବାର ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପତ୍ର ମାଧ୍ୟମରେ ଟି.ପି.ଏସ୍.ଓ.ଡ଼ି.ଏଲ୍. କର୍ତ୍ତୃପକ୍ଷଙ୍କୁ ନିବେଦନ କରି ମଧ୍ୟ କିଛି ଫଳପ୍ରଦ ହୋଇନାହିଁ । ତେଣୁ ସଂଘର ଦାବୀପୁରଣ ପାଇଁ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ଆଗାମୀ ଦିନରେ ସ୍ଥଗିତ ଥିବା ଆନ୍ଦୋଳନକୁ ପୁନର୍ବାର ଦୁର୍ବାର ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜୁଳି କର୍ମଚାରୀ ସଂଘ ର କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା କହିଛନ୍ତି