କ୍ଷୁଦ୍ର ମାନସିକତାରୁ ବାହାରୁ ବିଜୁ ଜନତା ଦଳର ସରକାର: ଜୟନାରାୟଣ ମିଶ୍ର

0
196

ଭୁବନେଶ୍ୱର,୦୮/୦୧/୨୦୨୩: ଉଡାନ୍ ଯୋଜନାରେ କେନ୍ଦ୍ର ସରକାରଙ୍କ ଅର୍ଥରେ ରାଉରକେଲାକୁ ବିମାନ ଉଡିଲା । ହେଲେ ରାଜ୍ୟ ସରକାରଙ୍କ ବିଜ୍ଞାପନରେ ନବୀନ ବାବୁଙ୍କ ଫଟୋ ଛାପିଲା । ମୁଖ୍ୟମନ୍ତ୍ରୀ ନିଜର ଫଟୋ ରଖି ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବିଜ୍ଞାପନରେ ନରଖିବା ମୁଖ୍ୟମନ୍ତ୍ରୀଙ୍କର କି ବଡପଣର ଉଦାହରଣ? ଓଡ଼ିଶାରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶାର ଗଣମାଧ୍ୟମଠାରୁ ଆରମ୍ଭ କରି ରୋଡ ପାଖରେ ବିଜ୍ଞାପନ ମାଧ୍ୟମରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମ ଓଡିଶା ମାଟିର ଝିଅ ଦେଶର ପ୍ରଥମ ଆଦିବାସୀ ମହିଳା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିନାହାନ୍ତି । ଏଥିରୁ ନବୀନ ବାବୁଙ୍କ ହୀନ ମାନସିକତା ସ୍ପଷ୍ଟ ପ୍ରତିପାଦିତ ହେଉଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ।ନବୀନ ବାବୁଙ୍କ ସଙ୍କୁଚିତ ମାନସିକତା ପଦାରେ ପଡିଛି । ଓଡ଼ିଶାର ହକି ଖେଳ ଆୟୋଜନରୁ ବିଶାଳ ହୃଦୟ କାହାର କେତେ ଅଛି ତାହା ଭାରତ ଓ ଓଡ଼ିଶାବାସୀଙ୍କ ପାଖରେ ଅଛପା ନାହିଁ । ରାଉରକେଲାରେ ନବ ନିର୍ମିତ ହକି ଷ୍ଟାଡିୟମ ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ଅର୍ଥ ଅବଦାନ ସତ୍ୱେ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ବିଧାୟକମାନଙ୍କୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀ ବୁଲି ବୁଲି ନିମନ୍ତ୍ରଣ ପତ୍ର ପ୍ରଦାନ କରୁଥିଲେ ମଧ୍ୟ ନିଜ ରାଜ୍ୟର ବିରୋଧୀ ଦଳର ନେତାଙ୍କ ପ୍ରତି ଏଭଳି ବୈମାତୃକ ମନୋବୃତି କାହିଁକି ? ଯାହାକି ନବୀନ ବାବୁଙ୍କ କୁତ୍ସିତ ମନୋଭାବକୁ ପଦାରେ ପକାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।ପ୍ରଧାନମନ୍ତ୍ରୀ ଓଡ଼ିଶାର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ମିଛୁଆ ରାଧୁଆ ରାଜ୍ୟ ସରକାର ସେସବୁ ନିଜେ କରୁଛନ୍ତି ବୋଲି ଡିଣ୍ଡିମ ପିଟି ବିଜ୍ଞାପନ ମାଧ୍ୟମରେ ବାଃ ବାଃ ନେଉଛନ୍ତି । ସବୁ କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ଗାଁ ଗାଁରେ ବିଜୁ ଜନତା ଦଳ ବୈଠକ କରି ନିଜସ୍ୱ ପ୍ରଚାର କରୁଛନ୍ତି । ଯଦି ରାଜ୍ୟ ସରକାର ସବୁବେଳେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ତାହାଲେ ବିମାନ ଉଡାନ୍ କେନ୍ଦ୍ରର ଯୋଜନାରେ ବିଜେପି ଫଟୋ ଦେବ ବୋଲି ବିଜେଡି କାହିଁକି ଆଶା କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here