ଧରାକୋଟ,୦୮/୦୧/୨୦୨୩:
ଧରାକୋଟ ପୁଟୁ ସ୍ଥିତ ଶ୍ରୀ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଜି ଧରାକୋଟ ତାଲୁକା ଶାକାହାରୀ ରଙ୍ଗଣି ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ସମାଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ କବିରାଜ ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଉପଦେଷ୍ଟା ମଣ୍ଡଳୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଅଧ୍ୟାପକ ଶଙ୍କର ସାହୁ , ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ ପରିଚାଳନା କରିଥିଲେ । ଅନୁଷ୍ଠିତ ସେହି କାର୍ଯ୍ୟକ୍ରମରେ ନୂତନ ଦାୟିତ୍ଵ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇଥିଲା । କୁଳାଚାର ରୀତି ନୀତିକୁ ନେଇ ଉପସ୍ଥିତ ବକ୍ତାମାନେ ସବିଶେଷ ଆଲୋଚନା କରି ଆଗାମୀ ପିଢ଼ିକୁ ସଂସ୍କାର ଦେବାକୁ ମାର୍ଗ ଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମାଜର କିଛି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ସମ୍ପାଦକ ଉତ୍ତମ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ସଭାପତି ରଞ୍ଜନ କୁମାର ସାହୁଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା ।