ଚୌଧୁରୀ ଟିକରପଡାରେ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ ।

0
162

ବ୍ରହ୍ମପୁର , ୧୦/୦୧/୨୦୨୩: ବ୍ରହ୍ମପୁର ପୋଲିସ ଜିଲ୍ଲା କେ ନୂଆଗାଁ ଥାନା ଚୌଧୁରୀ ତିକରପଡ଼ା ଗ୍ରାମରେ ଗତ ୦୮ ତାରିଖରୁ ନିଖୋଜ ଥିବା ଜନୈକ ଭିନ୍ନକ୍ଷମ ଯୁବତୀଙ୍କ ମୃତ ଦେହ ଗତକାଲି ରାତିରେ ଦେଖିବାକୁ ମିଳିଛି । ରବିବାର ରାତ୍ର ଦଶ ଘଣ୍ଟା ସମୟରୁ ଘରୁ ନିଖୋଜ ଥିବା ଏହି ମାନସିକ ବିକଳାଙ୍ଗ ୩୧ ବର୍ଷୀୟା ଯୁବତୀଂଙ୍କ ମୃତଦେହ ଆଜି ଅର୍ଦ୍ଧନଗ୍ନ ଅବସ୍ଥାରେ ନିଜ ଘରଠାରୁ ଦୁଇ ଘର ଛାଡ଼ି ବାଡ଼ି ପଟରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।

ଅଭିଯୋଗ ପ୍ରକାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି । ସୂଚନା ପାଇ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଚୌଧୁରୀ ଟିକରପଡ଼ା ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ କ୍ରମରେ ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତି ପ୍ରକାରେ ଗ୍ରାମର ବାସୁ ସାହୁଙ୍କ ଭିନ୍ନକ୍ଷମ ଯୁବତୀ କନ୍ୟା ବିଷ୍ଣୁପ୍ରିୟା ସାହୁଙ୍କୁ ହତ୍ୟା କରାଯାଇଥିବା ବେଳେ କାନରେ ପିନ୍ଧିଥିବା ଅଳଙ୍କାର ଲୁଟ ହୋଇଥିବା ଏବଂ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିବା ସହ ହାତରେ ରସି ବନ୍ଧା ଚିହ୍ନ ଦେଖାଯାଇଥିବାରୁ ପାଶବିକ ଅତ୍ୟାଚାର ସହ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଅଛି । ପୋଲିସ ପକ୍ଷରୁ ଚିକିଟି ପୋଲିସ ଉପଖଣ୍ଡ ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା , କେ ନୂଆଗାଁ ଥାନା ଅଧିକାରୀ ମୃତୁଞ୍ଜୟ ସ୍ୱାଇଙ୍କ ସହ ପୋଲିସ ସାଇଣ୍ଟଫିକ ଟିମ୍ ପହଞ୍ଚି ଉଭୟ ଦିଗକୁ ନେଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଥାନା କେଶ ନଂ ୦୬ /୨୦୨୩ ଆଧାରରେ ହତ୍ୟା ମାମଲା ରୁଜୁ କରିଛି । ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ପରବର୍ତ୍ତୀ ତଦନ୍ତ କ୍ରିୟାଶୀଳ କରାଯିବା ନେଇ ପୋଲିସ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଅଛି ।

LEAVE A REPLY

Please enter your comment!
Please enter your name here