୭୪ତମ ସାଧାରଣତନ୍ତ୍ର ଦିବସ ପାଇଁ ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ

0
201

ବ୍ରହ୍ମପୁର,୧୦/୦୧/୨୦୨୩: ଆଜି ଅପରାହ୍ନ ରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସାଧାଣତନ୍ତ୍ର ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜାନୁୟାରୀ ୨୬ ତାରିଖ ଦିନ ପ୍ରତ୍ୟୁଷ ଘ ୪.୩୦ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ ପରିବେଷଣ କରାଯିବ l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭.୦୦ମି ରେ ପତାକା ଉତ୍ତୋଳନ କରିବେ l ସକାଳ ଘ ୮.୩୦ମି ରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପ୍ୟାରେଡ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତି ନିଆଯାଇଛି l ପ୍ରତି ସ୍କୁଲ ଓ କଲେଜ ର ଗୋଟିଏ ଲେଖାଏଁ ପ୍ୟାରେଡ ଟ୍ରୁପ୍ ଅଂଶ ଗ୍ରହଣ କରିବେ l ପ୍ୟାରେଡ ଅଭ୍ୟାସ ଆସନ୍ତା ୨୨.୧.୨୦୨୩, ୨୩.୧.୨୦୨୩ ଓ ୨୪.୧.୨୦୨୩ ରେ ଖଲ୍ଲିକୋଟ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି l ଏହି ପ୍ରସ୍ତୁତି ବୈଠକ ରେ ଆର୍.ଆଇ. ଅଫ୍ ପୋଲିସ ଦିଲ୍ଲୀପ କୁମାର ବେହେରା, ଡ଼ା ମାନସ ରଞ୍ଜନ ପଣ୍ଡା, ଖଲ୍ଲିକୋଟ କଲେଜର ଏନ୍.ସି.ସି ଅଫିସର ଡ଼ଃ ଯତୀନ ବିଷୋୟୀ , ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରଶ୍ମିରାଣୀ ନିମାକା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here