ପୁଣି ପ୍ରାୟ ୨ କୋଟି ଟଙ୍କାର ୨୦ ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଫସଲକୁ ନଷ୍ଟ କଲା ପାଟପୁର ପୋଲିସ୍ ।

0
157

ସାନଖେମୁଣ୍ଡି ୧୧/ ୦୧/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ପକ୍ଷରୁ ନବ ନିଯୁକ୍ତ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ସ୍ଵତନ୍ତ୍ର ନିର୍ଦ୍ଧେଶ କ୍ରମେ ଆଜି ପୁଣି ଏକ ଚଢାଉ କରାଯାଇ ଏସ ଗୋପାଳପୁର ପଞ୍ଚାୟତର ପାହାଡିଆ ଅଞ୍ଚଳରୁ ପ୍ରାୟ ୨୦ ଏକର ଜମି ପରିମିତ ଅଞ୍ଚଳରୁ ପାଖାପାଖି ୨୨୦୦୦ ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଦୁଇକୋଟି ଟଙ୍କା ହୋଇଥିବା ବେଳେ ଏହା ଗଞ୍ଜେଇଚାଷୀଙ୍କୁ ଶକ୍ତ ଧକ୍କା ଦେବା ଅନୁମାନ କରାଯାଇଛି । ଥାନା ପରିସୀମା ଅନ୍ତର୍ଗତ କିଛି ନିର୍ଦ୍ଧିଷ୍ଟ ନିର୍ଦ୍ଧିଷ୍ଟ ଅଞ୍ଚଳ ଗଞ୍ଜେଇ ଚାଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରସିଦ୍ଧିରେ ଥିବା କାରଣରୁ ଏହି ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ କୋଟି କୋଟି ଟଙ୍କାର ବେପାର ଚାଲୁଅଛି । କେତେକାଂଶରେ ପୋଲିସ ହାବୁଡ଼ରେ ପଡି କିଛି ଗିରଫ ହୋଇ ଜେଲ ଯାଇଥିବା ବେଳେ କିଛି ମାଫିଆ ପୋଲିସ ହାବୁଡ଼ରୁ ଖସି କୋଟିପତି ବୋଲାଉଥିବା ନଜିର ମଧ୍ୟ ରହିଛି । ପାଟପୁର ଥାନା ଗଜପତି ଓ ଗଞ୍ଜାମ ସୀମାନ୍ତ ଦ୍ୱାରଦେଶରେ ରହିଥିବା କାରଣରୁ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ନେଇ ଏହା ସର୍ବଦା ଚର୍ଚ୍ଚାରେ ରହିଅଛି । ବିଭିନ୍ନ ସମୟରେ ପୋଲିସ ଚଢାଉ ଦ୍ଵାରା କୋଟିକୋଟି ଟଙ୍କାର ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା ମଧ୍ୟ ଏହି ଚାଷରୁ ସେମାନେ ନିବୃତ ନ ରହିବା ଘଟଣା ସାଧାରଣରେ ସଂଶୟ ସୃଷ୍ଟି କରୁଛି । ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂଙ୍କ ତତ୍ୱାବଧାନରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ପାଟପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଧାରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ ଓ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ସମେତ ପୋଲିସ କର୍ମଚାରୀ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ କାଟି ନଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here