ଜାତୀୟ ଯୁବ ଦିବସରେ ଯୁବ ସମାଜକୁ ଆହ୍ବାନ । ଯୁବ ସମାଜର ସୁରକ୍ଷା ପାଇଁ – ମାନବ ଚାଲାଣ ବନ୍ଦ ହେଉ

0
181

ବ୍ରହ୍ମପୁର,୧୨/୦୧/୨୦୨୩: ୧୬୦ତମ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ ଯୁବ ସମାଜର
ସୁରକ୍ଷା ପାଇଁ ମାନବ ଚାଲାଣ ବନ୍ଦ ହେଉ ଏହି ବାର୍ତ୍ତା ଯୁବ ସମାଜକୁ ଆହ୍ବାନ ଦେବା ପାଇଁ କ୍ରାନ୍ତି ଅନୁଷ୍ଠାନ ଓ ଆଇଏସ୍‌ଆର୍‌ଡ଼ି- ଚାଇଲ୍ଡ ଲାଇନ୍, ଉଜ୍ଜ୍ଵଳା ପ୍ରକଳ୍ପର ମିଳିତ ଉଦ୍ୟମରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ୍ ଠାରୁ ଟାଉନ୍ ହଲ, ବ୍ରହ୍ମପୁର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନିର୍ମାଣ ସକାଶେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବକ ଯୁବତୀମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ଵାମୀଜୀଙ୍କ ରଥ ବ୍ରହ୍ମପୁର ସହର ପରିକ୍ରମା କରିବା ସହ ସ୍ବାମୀଜୀଙ୍କ ବାଣୀ ଯୁବ ସମାଜକୁ ପ୍ରେରଣା ଯୋଗାଇଥିଲା । ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ପରିସର ଥିବା ସ୍ୱାମିଜୀଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ୟବର ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସରଭନ ବିବେକ ଏମ୍, ବ୍ରହ୍ମପୁର, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡା. ଅବନିକାନ୍ତ ମିଶ୍ର, ବିଏମ୍‌ସି ମେୟର ସଂଘମିତ୍ରା ଦଳେଇ,
କର୍ପୋରେଟର୍ ସଞ୍ଜିତ କୁମାର ପାଣିଗ୍ରାହୀ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁବୋଧ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଯୁବକମାନଙ୍କୁ ସମାଜରେ ନିରୀହ ଅସହାୟ ଲୋକଙ୍କୁ ସେବା କରିବା ସହ ନିଜର କର୍ତ୍ତବ୍ୟପରାୟଣ ହୋଇ ସମାଜର ନିମ୍ନ ସ୍ତରର ସମସ୍ତ ପରିବାର, ସମାଜ ଗୋଷ୍ଠୀକୁ ପରିବର୍ତ୍ତନ କରିବା ପାଇଁ ଆହ୍ବାନ ଦେଇ ସ୍ଵାମିଜୀଙ୍କ ସନ୍ଦେଶକୁ ଜୀବନରେ ଦାୟୀତ୍ବ ନେବା ଶିଖ
ଯଦି ତୁମେ ଜିତି ପାରୁଛ ତୁମେ ନେତୃତ୍ୱ ନେଇ ପାରିବ ଯଦି ତୁମେ ହାରିଯାଅ ତୁମେ ଅନ୍ୟକୁ ପଥ ପ୍ରଦର୍ଶକ ହୋଇପାରିବ ଏବଂ ଯୁବକମାନଙ୍କ କର୍ତ୍ତବ୍ୟ ନିଷ୍ଠା ଦୃଢ଼ ବିଶ୍ୱାସ ଦ୍ୱାରା ଦେଶର ପରିବର୍ତ୍ତନ ଏହା ସୁନିଶ୍ଚିତ ବୋଲି ପ୍ରକାଶ କରିଥିଲେ । ଉପସ୍ଥିତ ଅତିଥିମାନେ ଏହି ପଦଯାତ୍ରାକୁ ପତାକା ଦେଖାଇ ଆଗେଇ ନେବା ପାଇଁ ଉତ୍ସାହିତ କରିଥିଲେ ।ଆଇଏସ୍‌ଆର୍‌ଡି ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଓ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡା. ଦେବାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜେନ୍ଦ୍ର କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ସୁଶାନ୍ତ ସାବତ, ମୁକୁନ୍ଦ ଗୌଡ଼, ପ୍ରଣବ ପଣ୍ଡା, କେଦାର କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଶ୍ରୀମତୀ ମହେଶ୍ୱତା ପାଢ଼ୀ, ସଖୀ ଯୋଗ ଦେଇ ସମାଜରେ ଘଟୁଥିବା କିଶୋର କିଶୋରୀ ବୟସର ଶିଶୁ ଓ ମହିଳାମାନଙ୍କୁ ବାହାର ରାଜ୍ୟକୁ ନେଇ ବିଭିନ୍ନ ଶ୍ରମିକ ଭାବେ ଖଟାଇବା ସହ ମାନବ ଚାଲାଣ, ଶିଶୁ ଶ୍ରମିକ, ବାଧ୍ୟତାମୂଳକ ବିବାହ, ବେଶ୍ୟା ବୃତ୍ତିରେ ନିୟୋଜିତ କରିବା ଏବଂ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି କରିବା,ନିଶାଦ୍ରବ୍ୟ କ୍ରୟ କରିବା
ଇତ୍ୟାଦି କାର୍ଯ୍ୟରେ ଲିପ୍ତ ରହିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କ ସହ କାଲାମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସାମନ୍ତରାୟ ଏକାଡ଼େମୀ, ଆର୍ୟାନ୍ ଗୁରୁକୁଲ, କେ.ସି. ପବ୍ଲିକ୍‌ ସ୍କୁଲ, ରାଜୀବ ମେମୋରିଆଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମଦରଗ୍ରେସ୍ ପବ୍ଲିକ ସ୍କୁଲ,ବେଦବ୍ୟାସ୍ ଆବାସିକ କଲେଜ ଏବଂ ହୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୮୦୦ ଛାତ୍ରଛାତ୍ରୀ ଯୋଗ ଦେଇ ଶୋଭାଯାତ୍ରାରେ ସ୍ବାମୀଜୀଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ୍‌ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ନିର୍ମଳା ଦାଶ, ଦେବରାଜ ରାଉତ,ସରୋଜ କୁମାର ସାହୁ, ବିନାୟକ ପ୍ରସାଦ ନାୟକ, ଚର୍ଚ୍ଚିକା ଦାଶ ଓ ଭାବାନାଥ ସାହୁ ସମେତ ଚାଇଲ୍ଡଲାଇନ, ସଖୀ (ୱାନ୍ ଗ୍ରୁପ ସେଣ୍ଟର) ଓ କ୍ରାନ୍ତି ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here