“ବେଟୀ ବଚାଓ, ବେଟୀ ପଢ଼ାଓ” ସଚେତନତା କାର୍ଯ୍ୟକ୍ରମ

0
266

ବ୍ରହ୍ମପୁର,୧୨/୦୧/୨୦୨୩:
ଜିଲ୍ଲା ପ୍ରଶାସନ ର ଶିଶୁ ସୁରକ୍ଷା କାର୍ଯ୍ୟଳୟ ପକ୍ଷରୁ ସ୍ଥାନୀୟ ରାଜସ୍ଵ ବଙ୍ଗଳା ସଭା ଗୃହ ରେ କନ୍ୟା ଭୃଣ ହତ୍ୟା ବନ୍ଦ, ଲିଙ୍ଗ ଅନୁପାତ ର ବୃଦ୍ଧି, ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ଛତ୍ରପୁର କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବିଭୁଦତ୍ତ ସାମନ୍ତରାୟ, ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରିହର ପାଢ଼ୀ, ଡକ୍ଟର ହର ମୋହନ ପଣ୍ଡା, ୱାନ୍ ଷ୍ଟପ୍ (ସଖୀ) ର ମୁଖ୍ୟ ମହେଶ୍ୱତା ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ l
କନ୍ୟା ଶିଶୁ ର ବଂଚିବା, ବିକାଶ, ସହାଭାଗିତା ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ତାଲିମ ଦାତା ରୂପେ ଆକ୍ସନ ଏଡ଼ ର ଜିଲ୍ଲା ପ୍ରତିନିଧି ଦେବବ୍ରତ ମାହୁନ୍ତ, ପ୍ରଶିକ୍ଷଣ ପ୍ରଦାନ କରିଥିଲେ lଗଞ୍ଜାମ ଜିଲ୍ଲା ର ସମସ୍ତ ସାମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟ ର
ଅଂଚଳ ପରିଦର୍ଶିକା କୁ ନେଇ କନ୍ୟା ସନ୍ତାନ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଜିଲ୍ଲା ଶିଶୁ ସୁରକ୍ଷା ଅଫିସ ର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସାମ୍ପ୍ରତିକ ସମାଜ ରେ ଆଜି ମଧ୍ୟ ପୁଅ ପ୍ରାଧାନ୍ୟ ଓ ଲିଙ୍ଗ ପକ୍ଷପାତୀ ଚୟନ, ବା ଲିଙ୍ଗ ଚୟନ ,ଲିଙ୍ଗ ନିରୂପଣ କୁ 1994 ପ୍ରି -କସସେପସନ ଏବଂ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ କୌଶଳ ଅଧିନିୟମ ପ୍ରତିବନ୍ଧ, ନିୟନ୍ତ୍ରଣ ଓ ପ୍ରତିରୋଧ, ଜୋରିମାନା ଏବଂ ଆଇନ ର ଦିଗ ଉପରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ l ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ରେ ଅନୁଷ୍ଠାନିକ ପ୍ରସବ ଉପରେ ଗୁରୁତ୍ୱ ପ୍ରଦାନ, ଗର୍ଭବତୀ ମା ମାନଙ୍କୁ ଶୀଘ୍ର ପଞ୍ଜିକରଣ କରିବା ସହ ସେବା ପ୍ରଦାନ କରିବା,ସବୁ କନ୍ୟା ସନ୍ତାନ ମାନଙ୍କୁ ନିୟମିତ ସ୍କୁଲ ଯିବା ରେ ସୁନିଶ୍ଚିତ କରିବା, କନ୍ୟା ସନ୍ତାନ ର ଋତୁଶ୍ରାବ ସମୟରେ ପରିଷ୍କାର ପାରିଛନ୍ନତା ଉପରେ ଗୁରୁତ୍ୱ ଦେବା ସହ କନ୍ୟା ଶିଶୁ ର ବଂଚିବା, ବିକାଶ, ସହାଭାଗିତା ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ତାଲିମ ଦାତା ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ lଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଶିବ ପ୍ରସାଦ ରଥ ଧନ୍ୟବାଦ ପ୍ରଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here