ପରଲୋକରେ କଲରାପଦର ପୂର୍ବତନ ସରପଞ୍ଚ ଲଡୁ ମାଷ୍ଟ୍ରେ

0
179

ସାନଖେମୁଣ୍ଡି , ୨୧/୦୧/୨୦୨୩: ସାନଖେମୁଣ୍ଡି ବ୍ଲକ ନବଗଠିତ କଲରାପଦର ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ତଥା ଅଞ୍ଚଳରେ ଲଡୁ ମାଷ୍ଟ୍ରେ ଭାବେ ଖ୍ୟାତ ଥିବା ବିଶିଷ୍ଟ ଶିକ୍ଷାବିତ୍ ଲଡୁ କିଶୋର ସେଠୀଙ୍କ ଗତ ୧୮ ତାରିଖରେ ନିଜ ବାସ ଭବନରେ ବିୟୋଗ ଘଟିଛି । ଅବିଛିନ୍ନ ଗୌତମୀ ପଞ୍ଚାୟତ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଭାବେ ସ୍ବର୍ଗତ ଲଡୁ କିଶୋର ଶିକ୍ଷକତାକୁ ନିଜ ବୃତ୍ତି ଭାବେ ଆଦରି ନେଇଥିଲେ । ତତ୍କାଳୀନ ସମୟରେ ତାଙ୍କ ସମ୍ପ୍ରଦାୟର ଜନୈକ ଉଚ୍ଚ ଶିକ୍ଷିତ ଏବଂ ସମାଜସେବୀ ଭାବେ ସର୍ବଦା ନିଜକୁ ନିୟୋଜିତ କରିଥିଲେ । ଶିକ୍ଷା ବିଭାଗର ବ୍ଲକ ସ୍ତରୀୟ ବିଦ୍ୟାଳୟ ଅନୁ ପରିଦର୍ଶକ ଭାବେ ଚାକିରୀରୁ ଅବସର ପରେ ସେ ନିଜ ଜନ୍ମମାଟି ତତ୍କାଳୀନ ଗୌତମୀ ପଞ୍ଚାୟତର କଲରାପଦର ଗ୍ରାମରେ ବାସ କରୁଥିଲେ । ସମୟ କ୍ରମରେ ସେ ନୂଆଁ କରି ଗଠନ ହୋଇଥିବା ପଞ୍ଚାୟତର ଶାସକ ଦଳ ବିଜେଡିର ସମ୍ମତିରେ ପ୍ରଥମ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ନୂଆଁ ପଞ୍ଚାୟତ ଗଠନ ପରେ ପ୍ରଥମ ସରପଞ୍ଚ ଭାବେ ଅଞ୍ଚଳର ବିକାଶରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ନିଜ ପଞ୍ଚାୟତକୁ ପ୍ରଗତିର ମୂଳଦୁଆ ପ୍ରଦର୍ଶନରେ ସେ ପଛୁଆ ନଥିଲେ । ସ୍ୱର୍ଗତଃ ଲଡୁ ମାଷ୍ଟ୍ରେଙ୍କ ବିୟୋଗ ଖବର ପ୍ରଘଟ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯଇଛି । ବହୁ ବୁଦ୍ଧିଜୀବୀ ଜନସାଧାରଣଙ୍କ ସହ ଜନନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here