“ଏଗଜାମ୍ ୱାରିୟର୍ସର”କୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ – ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ

0
129

ଭୁବନେଶ୍ୱର, ୨୨/୦୧/୨୦୨୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ୱିଟ୍ କରି କହିଛନ୍ତି ।ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ । ଏଗଜାମ୍ ୱାରିୟର୍ସରକୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି ।ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ନୂତନ ଓ ପରିବର୍ଦ୍ଧିତ ସଂସ୍କରଣ ଓଡ଼ିଆ ଓ ଇଂରାଜୀ ସମେତ 13ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି I ଏହି ପୁସ୍ତକ କେବଳ ଛାତ୍ରଛାତ୍ରୀ ନୁହେଁ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାପଦ ପୁସ୍ତକ I ବିବିଧ କାର୍ଯ୍ୟବିଧି ଓ ଯୋଗସାନ ସହିତ ଅନ୍ତରଙ୍ଗ ଏକ କଥୋପକଥନ ଶୈଳୀରେ ଉପସ୍ଥାପିତ ଏହି ସଚିତ୍ର ପୁସ୍ତକ ପରୀକ୍ଷାରେ ସଫଳତା ଅର୍ଜନରେ ଓ ଜୀବନ ଆହ୍ୱାନକୁ ସମ୍ମୁଖୀନ ହେବାରେ ଏକ ସାଥି ସଦୃଶ ।ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ଦେଶର ଛାତ୍ରଛାତ୍ରୀଙ୍କ ସହ ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହିତ ସଫଳତାର ମନ୍ତ୍ର ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I

LEAVE A REPLY

Please enter your comment!
Please enter your name here