ଆଜାଦ ହିନ୍ଦ ବିକାଶ ସଂଘ ପକ୍ଷରୁ ୧୬ତମ ରକ୍ତଦାନ ଶିବିର : ୪୦ ୟୁନିଟ ସଂଗୃହୀତ

0
139

ବ୍ରହ୍ମପୁର , ୨୩/୦୧/୨୦୨୩ : ଜାନୁୟାରୀ ୨୩ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଫାଷ୍ଟ ଗେଟ୍ ରଘୁପତି ନଗର ସ୍ଥିତ ରଘୁନାଥ କଲ୍ୟାଣ ମଣ୍ଡପରେ ଆଜାଦ ହିନ୍ଦ ବିକାଶ ସଙ୍ଘ ପକ୍ଷରୁ ୧୬ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବିଇଏମସି ମେୟର ସଂଘମିତ୍ରା ଦଳାଇ , ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟନାୟକ , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ , ମହାନଗର ଜିଲ୍ଲା ଯୁବ ବିଜେଡି ସଭାପତି ଅଜିତ ପଣ୍ଡା , ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ , ସଙ୍ଘ ସଭାପତି ନୀଳାଞ୍ଚଳ ବିଷୋୟୀ ,ବରିଷ୍ଠ ବିଜେଡି ନେତା ଭୀମସେନ ଦଳେଇ ପ୍ରମୁଖ ମଞ୍ଚାସିନ ରହିଥିଲେ । ଶିବିରରେ ମୋଟ ୪୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହାନଗର ଡିଜିଟାଲ ସମ୍ପାଦକ ମଧୁସୂଦନ ସାହୁ , ସମ୍ପାଦକ ରାଜେଶ ପଟ୍ଟନାୟକ, ଉପସଭାପତି ସନ୍ଦୀପ ପାତ୍ର , ସଞ୍ଜୟ କୁମାର ଦାସ, ବାବୁଲା ପ୍ରଧାନ, ବାବୁ ପ୍ରଧାନ, ଶିବରାମ ପରିଡା, ଶୁଭମ ସାହୁ, ସୁମନ ପଟନାୟକ, ଲିପୁ ଜେନା, ଏମକେସିଜି ମେଡିକାଲ ରକ୍ତଭଣ୍ଡାର କର୍ମଚାରୀ ପ୍ରଦୀପ କୁମାର ସୁବୁଦ୍ଧି, ଓ ସାଥି କର୍ମଚାରୀଙ୍କ ସମେତ ସଂଘର ବହୁ ସଦସ୍ୟ ଏହି ରକ୍ତଦାନ ଶିବିରରେ ଉପସ୍ଥିତି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here