ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଜାତୀୟ ସେବା ଯୋଜନା ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ

0
123

ବ୍ରହ୍ମପୁର,୨୩/୦୧/୨୦୨୩:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ଅପରାହ୍ନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ କରାଯାଇଥିଲା। ଏହି ସଭାରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିଥିଲେ , ଏହି ସଭାରେ କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସେବା ଯୋଜନା ସଂଯୋଜକ ଡ଼ଃ ଜୟନ୍ତ କୁମାର ପଣ୍ଡା, ଏଟିଆଈ, ଭୁବନେଶ୍ୱର ର ଅଧ୍ୟାପକ ଶ୍ରୀ ନିରୋଦ ବରଣ ଖୁଣ୍ଟିଆ ଅତିଥି ରୂପେ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟ ର ପୂର୍ବତନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୀତି ବିଜ୍ଞାନୀ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିଲେ। ସେ ନେତାଜୀଙ୍କ ଇତିହାସ, ଆଦର୍ଶ ଓ ବର୍ତ୍ତମାନ ସମୟରେ ନେତାଜୀଙ୍କ ପରି ବ୍ୟକ୍ତିତ୍ଵ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସଭାର ଆରମ୍ଭରେ ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ଅନେକ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ , ଅଣ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ଓ ସଭା ଶେଷରେ ମଧ୍ୟ ମୁଖ୍ୟବକ୍ତା ଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଏସ ଏମ ମହାବିଦ୍ୟାଳୟର ଯୋଜନା ଅଧିକାରିଣୀ ଡ଼ଃ ତପସ୍ଵିନୀ ଗୌଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ଜାତୀୟ ସଙ୍ଗୀତ ସହ ସଭାର ଶେଷ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here