ମହିଳା ଙ୍କୁ କାତିରେ ଆକ୍ରମଣ। ଯୁବକଙ୍କ ଥାନାରେ ଆତ୍ମସମର୍ପଣ

0
131

ବ୍ରହ୍ମପୁର,୨୩/୦୧/୨୦୨୩:
ବଡବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିଛି । ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ମହିଳା ଦ୍ବୟ ହେଲେ ମାଧୁରୀ ପଣ୍ଡା ଓ ଝିଲି ସାହୁ । ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ଶୁଭମ୍ ସାହୁ । ଗୁରୁତର ଅବସ୍ଥାରେ ମହିଳା ଦ୍ବୟ ଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାଧୁରୀ ପଣ୍ଡା ନିଜର ପିଲାଙ୍କୁ ଟିଉସନରୁ ଆଣିବାକୁ ଯାଇଥିବା ବେଳେ ଟିଉସନ ଭିତରେ ଶୁଭମ ମାଧୁରୀଙ୍କୁ କାତିରେ ଆକ୍ରମଣ କରିବା ସହ ସେହି ସମୟରେ ଟିଉସନରେ ଥିବା ଝିଲି ସାହୁ ଶୁଭମଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଶୁଭମ ଆକ୍ରମଣ କରିଥିଲା । ଆଜି ମାଧୁରୀଙ୍କୁ ଆକ୍ରମଣ କରିବା ପରେ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଛି ଶୁଭମ । ଶୁଭମଙ୍କୁ ବଡବଜାର ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ବଡବଜାର ଥାନା ଅଧିକାରୀ କହିଛନ୍ତି।ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here