ପୋଡାମାରୀରେ ସାନଖେମୁଣ୍ଡି କବାଡି ଲିଗ୍ ଉଦଯାପିତ : ରୋମାଞ୍ଚକର ଫାଇନାଲ ମ୍ୟାଚରେ ପୋଡାମାରୀ ବିଜୟୀ

0
126

ସାନଖେମୁଣ୍ଡି , ୨୪/୦୧/୨୦୨୩ : ଦୁଇ ଦିନ ଧରି ପୋଡାମାରୀ କବାଡି ଲିଗ୍ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଦୁଇଟି ଗୃପରେ ୧୬ ଗୋଟି ଟିମକୁ ନେଇ ଚାଲିଥିବା ଏହି କବାଡି ଲିଗ୍ ମ୍ୟାଚର ଫାଇନାଲ ମ୍ୟାଚ ପାଟପୁର ଏବଂ ପୋଡାମାରୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ରୋମାଞ୍ଚକର ଟକ୍କରରେ ଶେଷ ହୋଇଛି । ଅନ୍ତିମ ମ୍ୟାଚରେ ଉଭୟ ଦଳ ଉତ୍କଣ୍ଠା ପୂର୍ଣ୍ଣ ରକ୍ଷଣ ଶୈଳୀରେ ଖେଳ ଖେଳିଥିବା ବେଳେ ପରିଶେଷରେ ପୋଡାମାରୀ ଦଳ ୩୨/୩୧ ପ୍ୟାଣ୍ଟ ସହ ବିଜୟୀ ହୋଇଛି । ଆୟୋଜିତ ଆଜିର ଉଦଯାପନୀ ଦିବସ ଉତ୍ସବ ସମାରୋହରେ ଗଞ୍ଜାମ ଜିଲ୍ଲ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ବିଜୟୀ ଟିମ୍ କୁ ପୁରସ୍କୃତ କରିବା ସହ ଟ୍ରଫି ପ୍ରଦାନ କରିଥଲେ । ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମଞ୍ଚଳ ପାତ୍ର ଯୋଗଦେଇ ରନର ଦଳକୁ ପୁରସ୍କୃତ କରିଥଲେ । ଆୟୋଜିତ ଏହି କବାଡି ଲିଗ୍ ଟୁର୍ଣ୍ଣାମେଣ୍ଟରେ ବେଷ୍ଟ୍ ରାଇଡର ଭବେ ପାଟପୁର ଟିମର ଖେଳାଳି ରାଜେନ୍ଦ୍ର ଲେଙ୍କା ଏବଂ ବେଷ୍ଟ ଡିଫେଣ୍ଡର ଖେଳାଳି ଭାବେ ପୋଡ଼ାମାରି ଟିମର ଜିତେସ ସାହୁଙ୍କ ସହ ବେଷ୍ଟ ଆଲରାଉଣ୍ଡ ଭାବେ ଅବନୀ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ଲିଗ୍ ମ୍ୟାଚ ପରିଚାଳନାରେ ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀଙ୍କ ସହ ଯୁବଗୋଷ୍ଠୀ ସମୂହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here