ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

0
133

ବ୍ରହ୍ମପୁର,୨୫/୦୧/୨୦୨୩:ଭୀଷ୍ମଗିରି ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୮ ତାରିଖ ଠାରୁ ପ୍ରାଧ୍ୟାପକ ଡ. ଅସିତ କୁମାର ଷଡଙ୍ଗୀ ଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ୨୫ ତାରିଖ ରେ ଉଦଯାପିତ ହୋଇ ଯାଇଛି। ଉଦଯାପନୀ ଉତ୍ସବରେ ଦିଗପହଣ୍ଡି ତହସିଲ ର ଅତିରିକ୍ତ ତହସିଲଦାର ଶ୍ରୀ ରମେଶ ଚନ୍ଦ୍ର ବେହେରା, ସିନିୟର ଆଡଭୋକଟ ତଥା ସାମ୍ବାଦିକ ହରପ୍ରସାଦ ରଥ ଏବଂ ଭିଷ୍ମଗିରି ଆର ଆଇ ଶ୍ରୀ ସୁଶିଲ ବେହେରା ଅଥିତି ଭାବେ ଯୋଗଦେଇଥିଲେ। ସୁଶୀଲ ବାବୁ ମିଳିତ ଉଦ୍ୟମ ରେ ଏଵଂ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନାରୀ ମାନେ କିପରି ସେମାନଙ୍କ ପ୍ରତି ହେଉଥିବା ଆକ୍ରମଣ କୁ ପ୍ରତିହତ କରିପାରିବେ ବୋଲି ମତ ରଖିଥିବା ବେଳେ ନିର୍ଭୟା କେସ ପର ଠାରୁ ନାରୀ ପ୍ରତି ଆକ୍ରମଣ କୁ ନେଇ ସରକାର କଠୋର ଆଇନ ତଥା ଦଣ୍ଡ ବିଧାନ ବ୍ୟବସ୍ଥା କରିଛନ୍ତି ଏବଂ ଛାତ୍ରୀ ମାନେ ନିଜକୁ ଆକ୍ରଣକାରୀଙ୍କ ଠାରୁ ସୁରକ୍ଷିତ ବଞ୍ଚିବା ପାଇଁ ଆତ୍ମ ସୁରକ୍ଷା କଳା କୌଶଳ ଶିଖିବା ଆବଶ୍ୟକ ବୋଲି ଶ୍ରୀ ହର ପ୍ରସାଦ ରଥ ତାଙ୍କ ମତ ରଖୁଥିଲେ। ଶ୍ରୀ ରମେଶ ବେହେରା ନାରୀ ମାନଙ୍କ ଆତ୍ମ ସୁରକ୍ଷା ମଧ୍ୟ ପ୍ରଶିକ୍ଷଣ ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ
। ଅଧକ୍ଷ ଲକ୍ଷ୍ମୀ କାନ୍ତ ମହାପାତ୍ର ଛାତ୍ରୀ ମାନ ଙ୍କୁ ସଦ୍ୟ ଶିଖିଥିବା ପ୍ରଶିକ୍ଷଣ କଳା କୌଶଳ ଅଭ୍ୟାସ ଜାରି ରକ୍ଷା କରିବାକୁ ଏବଂ ଆନ୍ୟନ ସାଇ ପଡୋଶୀ ଝିୟ ସୁରକ୍ଷା କଳା କୌଶଳ ଶିଖାଇ ବାକୁ ଉପଦେଶ ଦେଇଥିଲେ। ଉକ୍ତ ଉତ୍ସବ ରେ ରିଏକ୍ଟ ପୁସ୍ତକ ଉନ୍ମଚନ କରାଯାଇ ଥିଲା ଏବଂ ସଦ୍ୟ ପ୍ରଶିକ୍ଷଣ ଲାଭ କରିଥିବା ଛାତ୍ରି ମାନ ଙ୍କୁ ସାର୍ଟିଫକେଟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲ। ଶିବିର ରେ ମୋଟ ୧୪୮ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଶିକ୍ଷିକା ରିନା ପ୍ରଧାନ ଏବଂ ଯସ୍ମିନ୍ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ରାମଜୀ ଉଚ୍ଛ ମାଧ୍ୟମିକ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କ ସହଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ପରିଶେଷରେ ସଂଯୋଜକ ଡ. ଅସିତ କୁମାର ଷଡଙ୍ଗୀ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here